ମୁମ୍ବାଇ: ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ଦୀର୍ଘ ଦିନ ହେବ ବୟଫ୍ରେଣ୍ଡ ଶିଖର ପାହାଡିଆଙ୍କ ସହ ସମ୍ପର୍କରେ ରହିଛନ୍ତି । ଅବଶ୍ୟ ଉଭୟ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ଘୋଷଣା କରି ନାହାନ୍ତି । ନିକଟରେ ଜାହ୍ନବୀ ଏକ ଟି ଶର୍ଟ ପିନ୍ଧିଥିଲେ, ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଶର୍ଟରେ ଶିଖରଙ୍କ ଫଟୋ ରହିଥିଲା । ଉଭୟ ସେମାନଙ୍କ ସମ୍ପର୍କକୁ ଖୁଲାସା କରୁ ନ ଥିଲେ ମଧ୍ୟ ପ୍ରଶଂସକମାନେ ଏହା ବିଷୟରେ ଜାଣି ସାରିଲେଣି । କଫି ୱିଦ କରଣ ଶୋରେ ଶିଖରଙ୍କୁ ସ୍ନେହରେ ଶିକୁ କହି ସମ୍ବୋଧନ କରିଥିଲେ । ମୈଦାନ ଫିଲ୍ମର ପ୍ରମୋଶନ ବେଳେ ସେ ଶିଖରଙ୍କ ନାମ ଥିବା ଲକେଟ ମଧ୍ୟ ପିନ୍ଧିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ସେହିପରି ୱିମ୍ବେଲଡେନ ଟେନିସ ୨୦୨୫ ଅବସରରେ ମଧ୍ୟ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଂଟଙ୍କ ପ୍ରଥମ ବିବାହର ପ୍ରଥମ ବର୍ଷ ପୂରଣ ଅବସରରେ ଅନେକ ସେଲିବ୍ରେଟି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଜାହ୍ନବୀଙ୍କ ବନ୍ଧୁ ଓରୀ ମଧ୍ୟ କେତେକ ଫଟୋ ଶେୟାର କରିଥିଲେ । ଏହି ଫଟୋଗୁଡିକ ଯୋଗୁ ଜାହ୍ନବୀ ଓ ଶିଖରଙ୍କ ପ୍ରେମ ଏବେ ପଦାରେ ପଡି ଯାଇଛି ।
Comments are closed.