Latest Odisha News

BREAKING NEWS

ପୁଣି ୨ ବିମାନ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ପୁଣି ଆମେରିକାରେ ମୁହାଁମୁହିଁ ଧକ୍କା ହେଲେ ୨ ବିମାନ । ମାତ୍ର ଅଳ୍ପକେ ବର୍ତ୍ତଗଲେ ସମସ୍ତ ଯାତ୍ରୀ । ଆମେରିକାର ସିଆଟେଲ-ଟାକୋମା ଏୟାରପୋର୍ଟରେ ରନଓ୍ବେରେ ଘଟିଛି ଏହି ଅଘଟଣ । ବିମାନରେ ୧୪୨ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି । କିନ୍ତୁ ଦୁର୍ଘଟଣାରେ ଯାତ୍ରୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ଅନୁସାରେ, ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୦:୧୫ ସମୟରେ ଘଟିଛି ଏହି ଦୁର୍ଘଟଣା । ଆମେରିକାର ସିଆଟେଲ-ଟାକୋମା ଏୟାରପୋର୍ଟର ରନଓ୍ବେରେ ଡେଲ୍ଟା ଏୟାରଲାଇନ୍ସର ବିମାନଟି ଠିଆ ହୋଇଥିବା ବେଳେ ଏହାକୁ ଧକ୍କା ଦେଇଥିଲା ଜାପାନ ଏୟାରଲାଇନ୍ସର ଏକ ବିମାନ । ଫଳରେ ଜାପାନୀ ବିମାନର ଗୋଟିଏ ଡେଣା ଡେଲ୍ଟା ଜେଟ୍‌ର ପଛପଟେ ଫସି ଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଏଥିରେ ଆରୋହୀମାନେ, ବିମାନବନ୍ଦର କର୍ମଚାରୀ ଏବଂ କ୍ରୁ ସଦସ୍ୟମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ । ଏନେଇ ଖବର ମିଳିବା ପରେ ଆମେରିକାର ବିମାନ ଚଳାଚଳ ମନ୍ତ୍ରଣାଳୟ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଆମେରିକାର ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା। ଆମେରିକାର ଓ୍ବାସିଂଟନ୍ ଡିସି ନିକଟରେ ରେଗାନ୍ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ଏକ ଆର୍ମି ହେଲିକପ୍ଟର ବିମାନଟିକୁ ଧକ୍କା ଦେଇଥିଲା। ପରେ ବିମାନଟି ଏକ ନଦୀକୁ ଖସି ପଡିଥିଲା। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।

 

Comments are closed.