Latest Odisha News

BREAKING NEWS

ଡ୍ରେନ୍ ପାଣିରେ ସୁନ୍ଦର ସୁନ୍ଦର ରଙ୍ଗିନ ମାଛ, ଦୃଶ୍ୟ ଆକ୍ୱାରିୟମଠାରୁ କମ୍ ନୁହେଁ

ଜାପାନ: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳେ । ଯେଉଁଥିରେ ଆମକୁ ଅନେକ କିଛି ଶିକ୍ଷଣୀୟ ଜିନିଷ ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜାପାନରେ ଏକ ଡ଼୍ରେନ ପାଣିରେ ପହଁରୁଛନ୍ତି ରଙ୍ଗିନ ମାଛ, ଯାହାର ଦୃଶ୍ୟ ଏକ ଆକ୍ୱାରିୟମ୍ ଠାରୁ କମ୍ ନୁହେଁ ।

ଜାପାନର ଲୋକଙ୍କ ଭଲ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ସେମାନଙ୍କର ଶୃଙ୍ଖଳିତ ଜୀବନ ବିଷୟରେ ମଧ୍ୟ ଜାଣିଥିବେ । ଜାପାନର ଲୋକଙ୍କ ସୃଜନଶୀଳ ଚିନ୍ତାଧାରା ଏବଂ ଅଦ୍ଭୁତ ଉଦ୍ଭାବନ ଇଣ୍ଟରନେଟ୍‌ରେ ଦେଖି ବି ଥିବେ । ସାଧାରଣତଃ ଡ଼୍ରେନ କହିଲେ ଆମେ ବୁଝୁ , ଯେଉଁଥିରେ ଅପରିଷ୍କାର ପାଣି ଓ ଅଳିଆ ଆବର୍ଜନା ଭର୍ତ୍ତି ଥିବ । କିନ୍ତୁ ଜାପାନର ଡ୍ରେନ୍‌ଗୁଡିକ ଏତେ ସ୍ୱଚ୍ଛ ଯେ, ଯାହା ବିଶୁଦ୍ଧ ଜଳର କେନାଲ ପରି ଦେଖାଯାଉଛି । ଜାପାନର ନାଗାସାକିରେ ଏକ ଡ଼୍ରେନ ଅଛି, ଯେଉଁଥିରେ ସୁନ୍ଦର ସୁନ୍ଦର ରଙ୍ଗୀନ ମାଛ ପହଁରୁଥିବା ଦେଖିବାକୁ ମିଳୁଛି । ଏହାକୁ ଦେଖିଲେ ଏକ ଆକ୍ୱାରିୟମ୍ ପରି ମନେ ହେଉଛି । ଏହି ଡ୍ରେନଗୁଡିକ ନଦୀ ଜଳ ପରି ବହୁତ ପରିଷ୍କାର ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଉପଭୋକ୍ତା କହିଛନ୍ତି ଯେ ସେଥିପାଇଁ ଜାପାନ ହେଉଛି ବିଶ୍ୱର ସବୁଠାରୁ ଭିନ୍ନ ଏବଂ ବିକଶିତ । ସେହିପରି ଆଉ ଜଣେ ଉପଭୋକ୍ତା କହିଛନ୍ତି ଯେ, ଜାପାନର ଏହି ଜଳ ଚାଉଳ ଚାଷ ପାଇଁ ଯାଉଛି, ଯାହା ପ୍ରକୃତରେ ପରିଷ୍କାର ଅଟେ ।

Comments are closed.