Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ଜାପାନ ରାଜକୁମାରୀ ମନର ମଣିଷକୁ ବିବାହ କରିପାରୁ ନାହାନ୍ତି !

ଟୋକିଓ: ଜାପାନ ରାଜକୁମାରୀ ମାକୋ ମନର ମଣିଷ ପାଇଥିଲେ ବିବାହ କରିପାରୁ ନାହାନ୍ତି । ରାଜକାର୍ଯ୍ୟ ଓ ପ୍ରେମ ଭିତରେ ସେ ଧନ୍ଧି ହୋଇ ପଡିଛନ୍ତି । ଦୀର୍ଘ ୭ ବର୍ଷ ହେବ ସେ ଇଚ୍ଛା ନ ଥିଲେ ମଧ୍ୟ ବିବାହକୁ ଘୁଂଚାଇ ଚାଲିଛନ୍ତି । ଏବେ ନିକଟରେ ସେ ପୁନର୍ବାର ବିବାହ ତାରିଖକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଂଚାଇ ଦେଇଛନ୍ତି । ସେ ଜାପାନ ରାଜା ଫୁମିହିଟୋ ଓ ରାଣୀ କିକୋଙ୍କ ବଡ ଝିଅ । ରାଜକୁମାରୀ ସାଧାରଣ ନାଗରିକ କେଇ କୋମୁରାଙ୍କ ପ୍ରାଣ ଦେଇ ଭଲ ପାଉଛନ୍ତି । ମାତ୍ର ସେଠାକାର ରାଜପରିବାର ନିୟମ ଅନୁସାରେ ତୁମେ ଯଦି ଜଣେ ସାଧାରଣ ବ୍ୟକ୍ତିକୁ ବିବାହ କରିବ ତାହାହେଲେ ରାଜକୀୟ ସୁଖ ସୁବିଧା ଆଉ ପାଇବ ନାହିଁ । ଜଣେ ସାଧାରଣ ନାଗରିକ ଭାବେ ଜୀବନ ଅତିବାହିତ କରିବ । କୋମୁରା ଏବେ ଏକ ଲ କମ୍ପାନୀରେ ଚାକିରୀ କରୁଛନ୍ତି ।

ମାକୋଙ୍କ ପୂର୍ବରୁ ତାଙ୍କ ପିଉସୀ ନାନୀ ସୟାକୋ ଜଣେ ସାଧାରଣ ନାଗରିକ ବିବାହ କରିଥିବାରୁ ରାଜକୀୟ ସୁବିଧା ଛାଡିବାକୁ ବାଧ୍ୟ ହୋଇଥିଲେ । ୨୦୧୩ ଡିସେମ୍ବରରେ କୋମୁରା ମନର ମାନସୀ ନିକଟରେ ପ୍ରେମ ନିବେଦନ କରିଥିଲେ । ରାଜକୁମାରୀ ବିବାହ କରିବେ କି ନାହିଁ ତାହା ଭବିଷ୍ୟତରେ ଜଣାପଡିବ ବୋଲି ତାଙ୍କ ବାପା କହିଛନ୍ତି ।

Leave A Reply

Your email address will not be published.