Latest Odisha News

BREAKING NEWS

ଜାପାନର ସମସ୍ତ କମ୍ପାନୀ ଚୀନ ଛାଡିବେ !

ଟୋକିଓ: ଚୀନ ଉପରେ ଜାପାନ ଏକ କଠୋର ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି । ସୀମା ବିବାଦ ଏବଂ କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚୀନର ଶତ୍ରୁ ହୋଇଛନ୍ତି । ଏହି ଅବସରରେ ଚୀନରେ ଥିବା ସମସ୍ତ ଜାପାନ କମ୍ପାନୀଗୁଡିକୁ ସ୍ୱଦେଶ ଫେରାଇ ଆଣିବା ସରକାର ବିଚାର କରୁଛି । ଜାପାନ ନିଜର ୫୭ଟି କମ୍ପାନୀକୁ ଚୀନ୍‌ରୁ ଆଣି ଦେଶରେ ମାନ୍ୟୁଫ୍ୟାକ୍ଚରିଂ କରିବା ପାଇଁ ୫୩.୬ କୋଟି ଡଲାର ଖର୍ଚ୍ଚ କରୁଛି । ଅନ୍ୟ ୩୦ଟି କମ୍ପାନୀକୁ ଭିଏତନାମ, ମିଆଁମାର, ଥାଇଲାଣ୍ଡ ଓ ଦକ୍ଷିଣ ପୂର୍ବ ଏସିଆନ ଦେଶରୁ ନିଜର ୟୁନିଟ୍ ଫେରେଇ ଜାପାନ ଆଣିବା ପାଇଁ ମଧ୍ୟ ଅର୍ଥ ଦିଆଯାଉଛି ।  ସରକାର ଏଥିପାଇଁ ସମୁଦାୟ ୭୦ ଅରବ ୟେନ୍ ଖର୍ଚ୍ଚ କରିବେ ।

ତାଇୱାନର ସରକାର ମଧ୍ୟ ୨୦୧୯ରେ କିଛି ଏମିତି ପଲିସ୍ କରିଥିଲା , ଯେମିତି ଜାପାନ କରିଛି । ସେପଟେ ଆମେରିକା ପ୍ରଥମରୁ ହିଁ ଚୀନରୁ ନିଜ କମ୍ପାନୀ ଗୁଡିକୁ ବାହାର କରିବାର ଲକ୍ଷ୍ୟରେ ରହିଛି । ଆପଲ୍ ମଧ୍ୟ ଭାରତରେ ନିଜର ପ୍ଲାଣ୍ଟସ ବଢାଇବାର ନିଷ୍ପତ୍ତି କରିଛି । ଚୀନ୍‌ରୁ ବହୁତ ଗୁଡ଼ିଏ କମ୍ପାନୀ ବାହାରି ଆସିବାକୁ ଚାହିଁଛନ୍ତି । ଭାରତ ମଧ୍ୟ ପ୍ରଥମେ ଆପ୍ ବ୍ୟାନ୍ କରିଛି ଏବଂ ଏବେ ଚାଇନା କମ୍ପାନୀ ଉପରେ ନିଜର ଦୃଢ ପଦକ୍ଷେପ ନେବା ଆରମ୍ଭ କରିଦେଇଛି ।

Leave A Reply

Your email address will not be published.