Latest Odisha News

BREAKING NEWS

କନ୍ୟାଶ୍ରମରେ ବ୍ୟାପୁଛି ଜ୍ୱର; ୫ ଛାତ୍ରୀ ଆଇସିୟୁରେ ଭର୍ତ୍ତି

ବାଲେଶ୍ୱର:ବାଲେଶ୍ୱରରେ ବ୍ୟାପିଛି  ଜ୍ୱର । ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ସୋର ସ୍ଥିତ ପୁରୁବାଇ କନ୍ୟାଶ୍ରମରେ ଏହି ଜ୍ୱରରେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ୫ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୧୪ ଜଣଙ୍କୁ  ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ସଦର ଡାକ୍ତରଖାନାରେ ୧୭ ଜଣ ଚିକିତ୍ସିତ ହେଉଛନ୍ତି । ଗୁରୁତର ୫ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । କନ୍ୟାଶ୍ରମରେ ଜାପାନିଜ ଏନସେଫାଲାଇଟସ ବ୍ୟାପୁଥିବା ଶୁଣିବା ପରେ ଅଭିଭାବକମାନେ ଚନ୍ତାରେ ପଡିଛନ୍ତି ।

କିଛି ଦିନ ହେବ ଏହି କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିବାରେ ଲାଗିଛି।ଜଣକ ପରେ ଜଣେ ଛାତ୍ରୀ ଏଥିରେ ଅସୁସ୍ଥ ହୋଇପଡୁଛନ୍ତି ।  ପ୍ରଥମେ ନୀଳଗିରି ଅଞ୍ଚଳର ଜଣେ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ ଏହାକୁ ମସ୍ତିଷ୍କ ଜ୍ୱର ବୋଲି କୁହାଯାଉଛିଲା । ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲା । ଏହା ଜଣାପଡିବା ପରେ  କନ୍ୟାଶ୍ରମରେ ମେଡିକାଲ ଟିମ୍ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳ ମଧ୍ୟ କନ୍ୟାଶ୍ରମ ବୁଲି ଦେଖିଥିଲେ ।

ଆକ୍ରାନ୍ତ ପିଲାଙ୍କର ଦେହହାତ ଫୁଲିଯିବା ସହ ଜ୍ୱର ଓ କାଶ ହେଉଥିଲା । ରକ୍ତ ପରୀକ୍ଷାରୁ ଏହା  ଏନସେଫାଲାଇଟିସ ବୋଲି ଜଣାପଡିଥିଲା । ଏହା ମଶା ଓ ଘୁଷୁରୀମାନଙ୍କ ପାଖରୁ ବ୍ୟାପିଥାଏ । କନ୍ୟାଶ୍ରମ ଭିତର ଅପରିଷ୍କାର ହୋଇଥିବାରୁ ଏହାକୁ ତୁରନ୍ତ ସଫା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର  ଆକ୍ରାନ୍ତଙ୍କ ଶରୀରରେ ଜାପାନିଜ ଏନସେପାଲାଇଟସ ଭାଇରସ ଚିହ୍ନଟ ହୋଇ ନାହିଁ ବୋଲି କହିଛନ୍ତି । ମଙ୍ଗଳବାର ସାମ୍ବାଦିକମାନଙ୍କୁ ସାକ୍ଷାତ ଦେଇ ଡା.ମିଶ୍ର କହିଛନ୍ତି, ବାଲେଶ୍ୱର ପୁରୁବାଇ କନ୍ୟାଶ୍ରମରେ ଛାତ୍ରୀମାନେ ଜାପାନିଜ ଇନସେପାଲାଇଟସ  ଆକ୍ରାନ୍ତ ହୋଇଥିବା ନେଇ ପ୍ରମାଣ ମିଳିନାହିଁ । ସେ କହିଛନ୍ତି, ନମୁନାର ପରୀକ୍ଷା  ବାଲେଶ୍ୱର ଫକୀରମୋହନ ମେଡିକାଳ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା । ଟେଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଏହା ଏକ ପ୍ରକାରର ଭାଇରାଲ ଇନସେପାଲାଇଟ୍ସ । ତେବେ ବିଭିନ୍ନ ପ୍ରକାରର ଇନସେପାଲାଇଟ୍ସ ଅଛି  । ଯେତେଗୁଡଏ ନମୁନା ପରୀକ୍ଷା ପାଇଁ ଯାଇଥିଲା ସେଗୁଡିର ଇମୁନୋଗ୍ଲୋବୁଲିନ M ବା IgM ।  IgM କୌଣସି ଭାଇରସ ନୁହେଁ ଏହା ଆଣ୍ଟିବଡି ।

 

Leave A Reply

Your email address will not be published.