Latest Odisha News

BREAKING NEWS

ଜାପାନ ସମୁଦ୍ରରେ ଫାଟିଲା ଜ୍ୱାଳାମୁଖୀ ,ଦେଖାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର୨୪ଟି ଜାହାଜ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଜାପାନର ରାଜଧାନୀ ଟୋକିଓ ସମୁଦ୍ରରେ ଜ୍ୱଳାମୁଖୀ ବିସ୍ପୋରଣ ହୋଇଛି।ଏହି ଆଗ୍ନେୟଗିରି ବିସ୍ପୋରଣରେ ଏତେ ଭୟଙ୍କର ଥିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡି ଯାଇଥିବା ୨୪ଟି ଜାହାଜ ଦେଖିବାକୁ ମିଳିଛି । ଏହି ଜାହାଜ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସବୁଠାରୁ ଚର୍ଚ୍ଚିତ ଜାହାଜ ଥିଲା ଏବଂ ଏହା ପାଣିରେ ବୁଡି ଯାଇଥିଲା ।

ଜାପାନ ମିଡିଆର ସୂଚନା ଅନୁସାରେ ଜିମ୍ମା ଦ୍ୱୀପର ପଶ୍ଚିମ ଦ୍ୱୀପରେ ଏହି ଜାହାଜ ପହଁଚିଛି। ଆଗ୍ନୟଗିରି ବିସ୍ପୋରଣ ହେବା ଫଳରେ ପାଣି ଉପର ତଳେ ହେବା ଫଳରେ ଏହି ଜାହାଜ ଉପରକୁ ଆସି କୂଳରେ ଲାଗିଥିଲା।ଇବୋ-ଜିମା ଦ୍ୱୀପ ରାଜଧାନୀ ଟୋକିଓ ଠାରୁ ପ୍ରାୟ ୧୨୦୦ କିଲୋମିଟର ଦୂରରେ ଅବସ୍ଥିତ । ଜାପାନ ବିଶେଷଜ୍ଞଙ୍କ ଅନୁଯାୟୀ, ୧୯୪୫ ମସିହାରେ ଇବୋ-ଜିମାରେ ହୋଇଥିବା ଯୁଦ୍ଧ ସମୟରେ ଏହି ଜାହାଜଗୁଡିକ ଆମେରିକା ସେନା ଦ୍ୱାରା ବୁଡ଼ି ଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଯୁଦ୍ଧ ଏକ ରକ୍ତାକ୍ତ ଯୁଦ୍ଧ ମଧ୍ୟରୁ ଅନ୍ୟତମ ।

ଏହି ଯୁଦ୍ଧ ୩୬ ଦିନ ଧରି ଚାଲିଥିଲା ​​ଏବଂ ପ୍ରାୟ ୭୦ ହଜାର ଆମେରିକୀୟ ସୈନିକ ଏଥିରେ ଭାଗ ନେଇଥିଲେ । ଏହି ସମୟରେ ୨୦ ହଜାର ଜାପାନୀ ସୈନିକ ଦ୍ୱୀପର ଆଗ୍ନେୟଗିରି ପଥର ତଳେ ନିର୍ମିତ ବଙ୍କରରେ ଲୁଚି ରହିଥିଲେ ।ଆମେରିକାର ସୈନ୍ୟମାନେ ଅନେକ ଜାପାନ ଜାହାଜକୁ ଏହି ସମୟରେ ପାଣିରେ ବୁଡାଦେଇଥିଲେ ।

 

Comments are closed.