Latest Odisha News

ଏଣିକି ଲୁଣି ପାଣିରେ ବିଘଟିତ ହେବ ପ୍ଲାଷ୍ଟିକ! 

ନୂଆଦିଲ୍ଲୀ: ଆଜିକାଲି ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ଏହା ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି। ଏପରି ସ୍ଥିତିରେ ଜାପାନର ଗବେଷକମାନେ ଏକ ନୂତନ ଗବେଷଣା କରିଛନ୍ତି ଯେଉଁଥିରେ ସେମାନେ ଏକ ଏପରି ପ୍ଲାଷ୍ଟିକ ପ୍ରସ୍ତୁତ କରିଛନ୍ତି ଯାହାକି  ମାତ୍ର କିଛି ଘଣ୍ଟା ମଧ୍ୟରେ ଲୁଣିଆ ପାଣି କିମ୍ବା ସମୁଦ୍ର ପାଣି ସଂସ୍ପର୍ଶରେ ଆସିଲେ ଏହା ବିଘଟିତ ହେବାସହ କୌଣସି ମାଇକ୍ରୋପ୍ଲାଷ୍ଟିକ୍ ମଧ୍ୟ ଛାଡିବ ନାହିଁ।

ବର୍ତ୍ତମାନ ଯେଉଁ ପ୍ଲାଷ୍ଟିକ ବ୍ୟବହାର ହେଉଛି ତାହା ରିସାଇକ୍ଲିଂ ହେବାପରେ ମଧ୍ୟ ପାଣିରେ ମିଶେ ନାହିଁ ଅଥବା  କିଛି ପ୍ଲାଷ୍ଟିକ୍ ମାଟିରେ ମିଶିବା ପାଇଁ ପ୍ରାୟ ୫୦୦ ବର୍ଷରୁ ଅଧିକ ସମୟ ଲାଗିଥାଏ।

ତେବେ ଜାପାନର RIKEN ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏକ ନୂତନ ପ୍ଲାଷ୍ଟିକ ପ୍ରସ୍ତୁତ କରିଛନ୍ତି ଯାହାକୁ କି  ଲୁଣିଆ ପାଣିରେ ପକାଇେଲ କିଛି ଘଣ୍ଟା ମଧ୍ୟରେ ଏହା ପାଣିରେ ମିଳେଇବା ଆରମ୍ଭ କରିଥିଲା ଏବଂ ମାଟିରେ ଏହା ମାତ୍ର ୧୦ ଦିନ ମଧ୍ୟରେ ମିଶିହା ସହ ସାର ଭଳି ରାସାୟନିକ ପଦାର୍ଥ ମଧ୍ୟ ଉତ୍ପାଦନ କରିଥିଲା।

“ଏହି ନୂତନ ଆବିଷ୍କାର ସହ ଆମେ ପ୍ଲାଷ୍ଟିକର ଏକ ନୂତନ ଭେରାଇଟି ପ୍ରସ୍ତୁତ କରିଛୁ ଯହାକି ପୁନଃଚକ୍ରଣୀୟ ହେବାସହ ବହୁ ପ୍ରକାର ଉପାୟରେ ବ୍ୟବହୃତ ହୋଇପାରିବ  ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ମାଇକ୍ରୋପ୍ଲାଷ୍ଟିକ୍ ସୃଷ୍ଟି କରିବ ନାହିଁ” ବୋଲି ଅଧ୍ୟୟନର ନେତୃତ୍ୱ ନେଇଥିବା ଟାକୁଜୋ ଆଇଡା କହିଛନ୍ତି।

ତେବେ ଜାପାନରେ ପ୍ରତ୍ୟେକ ଜିନିଷ ପ୍ୟାକେଟରେ ମିଳଥାଏ ଓ ସେମାନଙ୍କର ପ୍ୟାକେଜିଂ କୁ ନେଇ ଦୁର୍ବଳତା ମଧ୍ୟ ରହିଛି।  ତେଣୁ  ଜାପାନ ବିଶ୍ୱର ସବୁଠାରୁ ଅଧିକ ପ୍ଲାଷ୍ଟିକ ବ୍ୟବହାରକାରି ଦେଶ ମଧ୍ୟରୁ ଗୋଟିଏ ଓ ଏହା ସହ ସବୁଠରୁ ଅଧିକ ପ୍ଲାଷ୍ଟିକର ଅଳିଆ ଉତ୍ପାଦନକାରୀ ଦେଶ ମଧ୍ୟ ଅଟେ। “Just Enough: Lessons from Japan for Sustainable Living, Architecture, and Design” ର ଲେଖକ ଏଜବି ବ୍ରାଉନ୍ କହିଛନ୍ତି ଯେ କିଛି ସ୍ଥାନରେ ପ୍ୟାକେଜିଂ ସେମାନଙ୍କର ସଂସ୍କୃତି କୁ ଦର୍ଶାଇଥାଏ ତ କିଛି ଜାଗାରେ ପରମ୍ପରାକୁ ଦର୍ଶାଏ। ସେହିପରି କିଛି ସ୍ଥାନରେ ଭଲ ଭାବରେ ହୋଇଥିବା ପ୍ୟାକେଜିଂ ଖାଦ୍ୟର ସ୍ୱଚ୍ଛତାକୁ ଦର୍ଶାଇଥାଏ।

Comments are closed.