Latest Odisha News

ଜାପାନ୍‌ରେ ଏକାଠି ଶୁଅନ୍ତି ନାହିଁ ସ୍ୱାମୀ,ସ୍ତ୍ରୀ : କାରଣ କ’ଣ ଜାଣନ୍ତୁ…

ଜାପାନ: ବିବାହ ପରେ ସ୍ୱାମୀ-ସ୍ତ୍ରୀ ଏକାଠି ଗୋଟେ ଘରେ ରହିଥାନ୍ତି । ଯଦି କୌଣସି ସ୍ୱାମୀସ୍ତ୍ରୀ ଅଲଗା ହୋଇ ଭିନ୍ନ ଭିନ୍ନ କୋଠରୀରେ ଶୁଅନ୍ତି, ତାହାହେଲେ ଏଥିରୁ ସ୍ପଷ୍ଟ ବୁଝାପଡ଼େ ଯେ, ଉଭୟଙ୍କ ଭିତରେ ସମ୍ପର୍କ ଭଲ ନାହିଁ । କିନ୍ତୁ ଜାପାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ଏଠାରେ ସ୍ୱାମୀ-ସ୍ତ୍ରୀ ସର୍ବଦା ଅଲଗା କୋଠରୀରେ ଶୋଇଥା’ନ୍ତି । ଏବେ ଆପଣ ଭାବୁଥିବେ ଜାପାନର ଦମ୍ପତିମାନେ ପରସ୍ପରକୁ ଭଲ ପାଆନ୍ତି ନାହିଁ । ଏହା ଭାବିବା ଭୁଲ । ଏହାର କାରଣ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

BjdElectrycity

ଆଜି ଆମେ ଆପଣଙ୍କୁ ତିନୋଟି ମୁଖ୍ୟ କାରଣ କହୁଛୁ, ଯେଉଁ କାରଣରୁ ଜାପାନୀ ଦମ୍ପତିମାନେ ଅଲଗା ଶୋଇଥାନ୍ତି । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଶୋଇବା ଜରୁରୀ । ଜାପାନର ଦମ୍ପତିମାନେ ନିଦକୁ ବହୁତ ଗୁରୁତ୍ୱ ଦିଅନ୍ତି । ଯଦି ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରଥମେ ଉଠନ୍ତି, ତେବେ ସେ ଅନ୍ୟର ନିଦକୁ ବ୍ୟାଘାତ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ଦୁହେଁ ଅଲଗା ଶୋଇଥାନ୍ତି ଏବଂ ପରସ୍ପରକୁ ଯଥେଷ୍ଟ ଶୋଇବା ପାଇଁ ପୂର୍ଣ୍ଣ ସମୟ ଦିଅନ୍ତି । ପିଲାମାନେ ମା’ଙ୍କ ପାଖରେ ଶୋଇଲେ ମା’ର ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା କମିଯାଇଥାଏ ବୋଲି ଏଠାକାର ଲୋକଙ୍କ ବିଶ୍ୱାସ । ଏହା ସହିତ ପିଲାମାନଙ୍କର ହୃଦସ୍ପନ୍ଦନ ମଧ୍ୟ ଏହା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ତେଣୁ ଏଠାରେ ପିଲାମାନେ ନିଜ ମାମାନଙ୍କ ସହିତ ଶୋଇଥା’ନ୍ତି । ଏଠାକାର ଦମ୍ପତ୍ତିଙ୍କ ମଧ୍ୟରେ ସମ୍ପର୍କ ଦୁର୍ବଳ କିମ୍ବା ଦୁହେଁ ଶୀଘ୍ର ଅଲଗା ହୁଅନ୍ତି ତାହା ନୁହେଁ । ବାସ୍ତବରେ, ସମ୍ପର୍କକୁ ମଜବୁତ କରିବା ପାଇଁ ଦମ୍ପତି ଏପରି ଅଲଗା ଶୋଇଥାନ୍ତି ।

Leave A Reply

Your email address will not be published.