Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ସେରେନାଙ୍କୁ ହରାଇ ଫାଇନାଲରେ ପ୍ରବେଶ କଲେ ଓସକା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଗୁରୁବାର ଜାପାନର ନାଓମି ଓସକା ଆମେରିକାର ସେରେନା ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେମିଫାଇନାଲ ମୁକାବିଲାରେ ଓସକା ୬-୩, ୬-୪ ସେଟରେ ସହଜ ବିଜୟ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏଥିସହ ୨୪ତମ ଗ୍ରାଣ୍ଡସ୍ଲାମ ଜିତିବା ଲକ୍ଷ୍ୟରେ ଥିବା ସେରେନାଙ୍କୁ ନିରାଶ ହେବାକୁ ପଡିଛି । ଫାଇନାଲରେ ଓସକା ଚେକ ରିପବ୍ଲିକର କ୍ୟାରୋଲିନ ମୁଚାବୋ ଓ ଆମେରିକାର ଜେନିଫା ବ୍ରେଡି ମଧ୍ୟରେ ହେବାକୁ ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବେ ।

ପୂର୍ବରୁ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସ୍ପେନର ରାଫେଲ ନାଡାଲଙ୍କୁ ଗ୍ରୀସର ଷ୍ଟେଫାନିସ ସିତସିପାସ ହରାଇ ଦେଇଥିଲେ । ୪ ଘଂଟା ୫ ମିନିଟ ଧରି ଚାଲିଥିବା ଏହି ମୁକାବିଲାରେ ଷ୍ଟେଫାନିସ ୩-୬, ୨-୬, ୭-୬, ୬-୪ ଓ ୭-୫ ସେଟରେ ବିଜୟ ହାସଲ କରିଥିଲେ ।

Leave A Reply

Your email address will not be published.