ମୟୂରଭଞ୍ଜ: ଗାଁରେ କଙ୍ଗାରୁ କୋର୍ଟ ପରେ ଯଶିପୁର ପୋଲିସ ଆକ୍ସନ ନେଇଛି । ଦୁଇ ଜଣ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ପିଟିବା ଘଟଣାରେ ବେଗୁନିଆ ଗାଁରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଥାଉକି, ଗତ ଶୁକ୍ରବାର ପରକୀୟା ପ୍ରୀତି ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବେଗୁନିଆ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ମହିଳା ଜଣକ ହାଟ ସଉଦା କରିବା ପାଇଁ କାଶୀପାଳ ଗାଁରୁ ତାଙ୍କ ସମ୍ପର୍କୀୟ ଦୁଇଜଣ ଦିଅରଙ୍କୁ ଡାକି ଯଶିପୁର ଆସିଥିଲ । ବଜାରରୁ ଏକ ବାଇକ ଯୋଗେ ନିଜ ଗାଁକୁ ଫେରିବା ପରେ ମହିଳାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପଡ଼ିଆରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ତିନି ଜଣଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ ।
Comments are closed.