ନୂଆଦିଲ୍ଲୀ: ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି । କୈଫ ତାଙ୍କ ଏକ୍ସ ଆକାଂଉଟରେ ବୁମରାହଙ୍କ ସମ୍ପର୍କରେ କିଛି ଲେଖିଥିଲେ ଯାହା ଭାରତର ପେସ ବୋଲରଙ୍କୁ ଖରାପ ଲାଗିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ବୁମରାହ ୧ମ, ୧୩ତମ, ୧୭ତମ କିମ୍ବା ୧୯ତମ ଓଭରରେ ବୋଲିଂ କରୁଥିଲେ । ଏବେ ଆଘାତ ସମସ୍ୟାରେ ନ ପଡିବେ ବୋଲି ସୂର୍ଯ୍ୟକୁମାର ଯାଦବ ତାଙ୍କୁ ପ୍ରଥମରୁ ୩ ଓଭର ବୋଲିଂ ଦେଉଛନ୍ତି । ଯାହା ପରୋକ୍ଷରେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ମନୋବଳ ବଢ଼ାଉଛି । ବଡ ବଡ ଟୁର୍ଣ୍ଣାମେଂଟରେ ଏହା ଭାରତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି କୈଫ ଲେଖିଛନ୍ତି ।
ବୁମରାହ ସଙ୍ଗେ ସଙ୍ଗେ ଏହି ପୋଷ୍ଟ ନେଇ ତାଙ୍କ ମତ ରଖିଥିଲେ । ସେ ଲେଖିଥିଲେ ପ୍ରଥମର ଭୁଲ ଏବଂ ଏବେ ବି ଏଥିରେ ତ୍ରୁଟି ରହିଛି । ପ୍ରଶଂସକମାନେ ବୁମରାହଙ୍କ ସମର୍ଥନରେ ମତ ଦେବାରେ ଲାଗିଲେ । କୈଫ ହୃଦୟଙ୍ଗମ କଲେ ବୁମରାହଙ୍କୁ ତାଙ୍କ ବୟାନ ଭଲ ଲାଗିନି । ସେ ସଙ୍ଗେ ସଙ୍ଗେ ଲେଖିଥିଲେ ଆପଣ ଏହାକୁ ଜଣେ କ୍ରିକେଟପ୍ରେମୀ ଏବଂ ପ୍ରଶଂସକଙ୍କ ଦୃଷ୍ଟକୋଣରୁ ଦେଖନ୍ତୁ । ଭାରତୀୟ କ୍ରିକେଟର ସବୁଠାରୁ ବଡ ମ୍ୟାଚ ବିଜେତା ଭାବେ ଆପଣ ପରିଚିତ । ମୁଁ ମଧ୍ୟ ଆପଣଙ୍କର ଜଣେ ବଡ ପ୍ରଶଂସକ ବୋଲି କୈଫ ଲେଖିଥିଲେ ।
Comments are closed.