Latest Odisha News

BREAKING NEWS

ବୁମରାହ, ଅକ୍ଷରଙ୍କ ସ୍ୟାଲେରୀ ବଢ଼ାଇବ ବିସିସିଆଇ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ଦୁଇ ଷ୍ଟାର ଖେଳାଳି ଯଶପ୍ରୀତ ବୁମରାହ ଓ ଅକ୍ଷର ପଟେଲ କ୍ରମାଗତ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ବିସିସିଆଇ ପକ୍ଷରୁ ଜାରୀ ସେଂଟ୍ରାଲ କଂଟ୍ରାକ୍ଟ ଯୋଗୁ ଏହି ଦୁଇ ଖେଳାଳିଙ୍କ ସ୍ୟାଲେରୀ କମିଯାଇଛି । ଏ ପ୍ଲସ କ୍ୟାଟାଗୋରୀକୁ ବିସିସିଆଇ ବନ୍ଦ କରିଦେଇଛି । ପୂର୍ବରୁ ଏହି ବିଭାଗରେ ଥିବା ଖେଳାଳିଙ୍କୁ ୭ କୋଟି ଟଙ୍କା ମିଳୁଥିଲା । ଏବେ ବୁମରାହ ଏ କ୍ୟାଟାଗୋରୀରେ ରହି ୫ କୋଟି ଟଙ୍କା ପାଉଛନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବୁମରାହଙ୍କୁ କିପରି ଅଧିକ ଅର୍ଥ ମିଳିବ ସେ ନେଇ ବିସିସିଆଇ ଚିନ୍ତା କରିବା ଆରମ୍ଭ କରିଛି । କେତେକ ଖେଳାଳିଙ୍କ ସେଂଟ୍ରାଲ କଂଟ୍ରାକ୍ଟରେ ପରିବର୍ତନ ମଧ୍ୟ କରାଯିବା ସମ୍ଭାବନା ରହିଛି ।

ଏବେ ଗ୍ରେଡ ଏରେ ଶୁଭମନ ଗିଲ, ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା ରହିଥିବା ବେଳେ ଗ୍ରେଡ ବିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, କୂଲଦୀପ ଯାଦବ, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାଶ ଆୟାର, ମହମ୍ମଦ ସିରାଜ ଓ ୱାଶିଂଟନ ସୁନ୍ଦର ରହିଛନ୍ତି । ଗ୍ରେଡ ସିରେ ଅକ୍ଷର ପଟେଲ, ରିଙ୍କୁ ସିଂ, ତିଳକ ବର୍ମା, ଶିବମ ଦୁବେ, ଅର୍ଶଦୀପ ସିଂ, ସଞ୍ଜୁ ସାମସନ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତି, ନୀତିଶ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ସାଈ ସୁଦର୍ଶନ, ରବି ବିଶ୍ନୋଇ ଓ ରିତୁରାଗ ଗାଏକ୍ୱାଡ ରହିଛନ୍ତି ।

Leave A Reply

Your email address will not be published.