ଦୁବାଇ: ଏସିଆ କପ ୨୦୨୫ କ୍ରିକେଟ ଟୁର୍ଣ୍ଣାମେଂଟରେ ଭାରତ ଓ ପାକିସ୍ତାନ ଟିମ ସେପ୍ଟମ୍ବର ୧୪ରେ ସାମ୍ନାସାମ୍ନି ହେବେ । ଏହି ରୋମାଂଚକ ମୁକାବିଲାରେ ପାକିସ୍ତାନ ଟିମ ପାଇଁ ଯଶପ୍ରୀତ ବୁମରାହ ପୂନର୍ବାର ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବେ । ତେବେ ଏହି ଚ୍ୟାଲେଞ୍ଜ କଣ ? ଆନ୍ତର୍ଜାତୀୟ ଟି୨୦ରେ ପାକିସ୍ତାନ ଟିମର କୌଣସି ବ୍ୟାଟ୍ସମ୍ୟାନ ବୁମରାହଙ୍କ ବୋଲିଂରେ ଛକା ମାରିପାରି ନାହାନ୍ତି । ବୁମରାହ ପାକିସ୍ତାନ ବିପକ୍ଷରେ ଏ ପର୍ଯ୍ୟନ୍ତ ୩୯୧ ବଲ ପକାଇଛନ୍ତି । ଏଥିରେ ଗୋଟିଏ ବି ଛକା ମରାଯାଇ ପାରି ନାହିଁ । ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ୍ୟ ।
ଏଥର ଏସିଆ କପରେ ଏହା ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ପୂନର୍ବାର ବଡ ଚ୍ୟାଲେଞ୍ଜ ଭାବେ ଦେଖାଦେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୁମରାହ ଏସିଆ କପରେ ଯେଉଁ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ସେଥିରେ ଭାରତ ହାରିନି । ଓଭରାଲ ୧୨ଟି ମ୍ୟାଚରୁ ଭାରତ ସମସ୍ତ ମୁକାବିଲାରେ ବିଜୟୀ ହୋଇଛି । ଆଉ ସମସ୍ତ ମ୍ୟାଚରେ ବୁମରାହ ଅତି କମରେ ଗୋଟିଏ ୱିକେଟ ହାସଲ କରିଛନ୍ତ । ଏଥର ମଧ୍ୟ ବୁମରାହଙ୍କ ନିକଟରୁ ପୂର୍ବ ଭଳି ଚମତ୍କାର ପ୍ରଦର୍ଶନ ଆଶାରେ ପ୍ରଶଂସକମାନେ ରହିଛନ୍ତି ।
Comments are closed.