ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଡିସେମ୍ବର ମାସ ପାଇଁ ଆଇସିସି ପ୍ଲେୟର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକାର ଡ୍ୟାନ ପିଟରସନ ଓ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସଙ୍କୁ ସେ ପଛରେ ପକାଇଥିଲେ । ଭାରତର ସ୍ମୃତି ମାନ୍ଧନା ଓ ଦକ୍ଷିଣ ଆଫ୍ରିକାର ଏନ ମାଲୱା ମଧ୍ୟ ଏହି ଦୌଡରେ ରହିଥିଲେ । ବୁମରାହ ଡିସେମ୍ବରରେ ୩ଟି ମ୍ୟାଚରେ ୨୨ ୱିକେଟ ନେଇଥିଲେ । ମେଲବୋର୍ଣ୍ଣ ଓ ବ୍ରିସବେନ ଟେଷ୍ଟରେ ସେ ୧୮ ୱିକେଟ ନେଇଥିବା ବେଳେ ଆଡିଲେଡରେ ୪ଟି ୱିକେଟ ନେଇଥିଲେ । ପିଟରସନ ୨ଟି ଟେଷ୍ଟରେ ୧୭ ୱିକେଟ ନେଇ ବୁମରାହଙ୍କୁ କଡା ଟକ୍କର ଦେଇଥିଲେ ।
ସୂଚନାଯୋଗ୍ୟ, ବୁମରାହଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ସତ୍ୱେ ଭାରତ ୧-୩ରେ ଅଷ୍ଟ୍ରେଲିଆ ନିକଟରୁ ସରିଜ ପରାଜିତ ହେବା ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିପାରି ନ ଥିଲା । ବିସିସିଆଇ ଏବେ ଖେଳାଳିଙ୍କ ଉପରେ କେତେକ ନୂଆ ନିୟମ ଲାଗୁ କରିଛି । ୪୫ ଦିନରୁ ଅଧିକ ଗସ୍ତ ଥିଲେ ପରିବା ଓ ପତ୍ନୀ ୧୪ ଦିନ ସାଙ୍ଗରେ ରହିପାରିବେ । ସେହିପରି ବିଦେଶ ଗସ୍ତରେ ବସରେ ଯାତ୍ରା କରିବେ । ଏହା ଦ୍ୱାରା ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।