Latest Odisha News

BREAKING NEWS

ବାପା ହେବା ପରେ ଟିମ ସହିତ ଯୋଗ ଦେଲେ ବୁମରାହ

କଲମ୍ବୋ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ସେ ନେପାଳ ବିପକ୍ଷ ମ୍ୟାଚରେ ନ ଖେଳି ଭାରତ ପ୍ରତ୍ୟାବର୍ତନ କରିଥିଲେ । ତାଙ୍କ ପତ୍ନୀ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ବୁମରାହ ଏବେ ଦଳ ସହିତ ଯୋଗଦେବା ପାଇଁ କଲମ୍ବୋ ଫେରିଛନ୍ତି । ରବିବାର ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଟିମ ସହିତ ଯୋଗ ଦେବା ପରେ ସେ ଅଭ୍ୟାସ ମଧ୍ୟ କରିଛନ୍ତି । ତେବେ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଏହି ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

ଭାରତ-ପାକ ପ୍ରଥମ ମୁକାବିଲା ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଥିଲା । କଲମ୍ବୋରେ କ୍ରମାଗତ ବର୍ଷା ଯୋଗୁ ମ୍ୟାଚକୁ ହାମ୍ବନଟୋଟା ଓ ଦାମ୍ବୁଲାରେ କରିବା ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିଲା । ଅବଶ୍ୟ ଶୁକ୍ରବାର ଏହି ହାଇ ଭୋଲଟେଜ ମୁକାବିଲା ପାଇଁ ରିଜର୍ଭ ଡେ ରଖାଯାଇଛି । ଏହା ବ୍ୟତୀତ ଫାଇନାଲ ମ୍ୟାଚ ପାଇଁ ଅତିରିକ୍ତ ଦିବସ ରଖାଯାଇଛି ।

Leave A Reply

Your email address will not be published.