Latest Odisha News

BREAKING NEWS

ଆରସିବି ବିପକ୍ଷ ମ୍ୟାଚରେ ଖେଳି ପାରନ୍ତି ବୁମରାହ

ମୁମ୍ବାଇ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଆଇପିଏଲ ପାଇଁ ଉପଲବ୍ଧ ହୋଇଛନ୍ତି । ଆଘାତ ସମସ୍ୟା ଯୋଗୁ ବୁମରାହ ଏ ପର୍ଯ୍ୟନ୍ତ ଚଳିତ ଆଇପିଏଲରେ ଗୋଟିଏ ମ୍ୟାଚ ଖେଳି ପାରି ନାହାନ୍ତି । ଫିଟ ଘୋଷିତ ହେବା ପରେ ସେ ସୋମବାର ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଖେଳିବେ ବୋଲି କୋଚ ମାହେଲା ଜୟବର୍ଦ୍ଧନେ କହିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ଆଘାତପ୍ରାପ୍ତ ହେବା ପରଠାରୁ ବୁମରାହ କ୍ରିକେଟଠାରୁ ଦୂରେଇ ରହିଥିଲେ । ସେହିପରି ଗତ ମ୍ୟାଚରେ ଆଂଠୁ ସମସ୍ୟା ଯୋଗୁ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଖେଳି ନ ଥିଲେ । ରୋହିତ ଏବଂ ବୁମରାହଙ୍କ ଉପସ୍ଥିତି ଦଳକୁ ମଜଭୁତ କରିବ ବୋଲି କୋଚ ଆଶା ବ୍ୟକ୍ତ କରିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚରୁ ମାତ୍ର ଗୋଟିକରେ ବିଜୟ ହାସଲ କରିଛି । ୨୦୧୩ ପରଠାରୁ ବୁମରାହ ତାଙ୍କର ସମସ୍ତ ଆଇପିଏଲ ମ୍ୟାଚ ମୁମ୍ବାଇ ପକ୍ଷରୁ ଖେଳିଛନ୍ତି । ସେ ୧୩୩ ମ୍ୟାଚରେ ୧୬୫ ୱିକେଟ ଅକ୍ତିଆର କରିଛନ୍ତି । ୨୦୨୩ ଆଇପିଏଲରେ ଆଘାତ ସମସ୍ୟା ଯୋଗୁ ସେ ଖେଳି ନ ଥିଲେ । ବୁମରାହଙ୍କ ଅନୁପସ୍ଥିତିରେ ମୁମ୍ବାଇ ଯୁବ ବୋଲର ସତ୍ୟନାରାୟଣ ରାଜୁ, ଭିଗ୍ନେଶ ପାଥୁର ଓ ଅଶ୍ୱୀନ କୁମାରଙ୍କୁ ଖେଳାଇଥିଲେ ମଧ୍ୟ ତାହା ଦଳକୁ ବିଶେଷ ଫାଇଦାରେ ରଖି ନାହିଁ ।

Comments are closed.