Latest Odisha News

ରାଜରାସ୍ତାରେ ଗର୍ଜିଲେ ରାଣୀ ପଣ୍ଡା, କହିଲେ, ଏଇଟା ଟ୍ରେଲର

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜିଲେ ରାଣୀ ପଣ୍ଡା । ଭୁବନେଶ୍ୱର ପିଏମ୍‌ଜି ଛକରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ଦାବିରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ। ଏହି ସମୟରେ ଅନେକ ଯାତ୍ରା କଳାକାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର କଳାକାର ।

ରାଜରାସ୍ତାକୁ ଓହ୍ଲାଇ ରାଣୀ ପଣ୍ଡା କହିଛନ୍ତି, ‘ଦୟାକରି ଆମ ଦାବିପତ୍ର ପୂରଣ କରନ୍ତୁ। ଏଇଟା ଟ୍ରେଲର୍‌। ଫିଲ୍ମ ଆଗୁକ କ’ଣ ହେବ ଭାବି ଦିଅନ୍ତୁ। ଯାତ୍ରା ପରିବେଷଣ କାର୍ତ୍ତିକ ମାସ ପରେ ଯଦି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାନଯାଏ, ତା’ହେଲେ ସମସ୍ତ କଳାକାର ପେଟ୍ରୋଲ ଢାଳି ଦିଆସିଲି ଲଗାଇ ସମସ୍ତେ ରାଜରାସ୍ତାରେ ମରିବେ। ଏହାସହ ରାଣୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

ଯାତ୍ରା କଳାକାର ରାଣୀ ପଣ୍ଡାଙ୍କ ନେତୃତ୍ୱରେ କଳାକାରମାନେ ଭୁବନେଶ୍ୱର ପିଏମ୍‌ଜି ଛକରେ ଧାରଣା ଦେଇଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଯାତ୍ରା କଳାକାରଙ୍କ ସହ ଧାରଣାରେ ସାମିଲ ହୋଇଥିଲେ।

 

Comments are closed.