ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟିରେ ଅନେକ ଜଣ୍ଡିସ ରୋଗ ଚିହ୍ନଟ ହେବା ପରେ କ୍ୟାମ୍ପସ ବାହାରେ ଖାଦ୍ୟ ଦୋକାନ ଏବଂ କିଓସ୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି ବିଏମସି।
ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ମେୟର ସୁଲୋଚାନା ଦାସ କହିଛନ୍ତି ଯେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଫୁଡ୍ ଇନ୍ସପେକ୍ଟରମାନେ ଓୟୁଏଟି ପରିସରରେ ଥିବା ଖାଦ୍ୟ ଷ୍ଟଲ, ଉଠା ଦୋକାନ ଏବଂ କିଓସ୍କ ଉପରେ ମାରାଥନ ଚଢାଉ କରିଥିଲେ।
ଅଧିକ ପଢନ୍ତୁ- ବ୍ୟାପୁଛି ଜଣ୍ଡିସ, ଓୟୁଏଟିରେ ୱାଟକୋ ଟିମ
ବିଏମସି ଇନ୍ସପେକ୍ଟରମାନେ ଖାଦ୍ୟ ଏବଂ ଜଳ ନମୁନା ସଂଗ୍ରହ କରି ଲାବୋରେଟୋରୀ ପରୀକ୍ଷା ପାଇଁ ପଠାଇଥିଲେ। ଖାଦ୍ୟ ଦୋକାନ ଗୁଡିକର ମାଲିକ ମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଟେଷ୍ଟ ରିପୋର୍ଟ ଆସିବା ପରେ ଏହି ବିଷୟରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Comments are closed.