Latest Odisha News

BREAKING NEWS

ଜାଭେଲିନ ଥ୍ରୋୟର ନୀରଜ ଜିତିଲେ ପୋଟଚେଫଷ୍ଟ୍ରୁମ ଆମନ୍ତ୍ରଣୀୟ ଟ୍ରାକ ପ୍ରତିଯୋଗିତା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଦକ୍ଷିଣ ଆଫ୍ରିକାର ପୋଟଚେଫଷ୍ଟ୍ରୁମ ଆମନ୍ତ୍ରଣୀୟ ଟ୍ରାକ ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି । ସେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏବେ ବି ୯୦ ମିଟର ଦୂରତା ଛୁଇଁ ପାରି ନାହାନ୍ତି । ୨ ଥର ଅଲିମ୍ପିକ ବିଜେତା ନୀରଜ ୱାର୍ଲ୍ଡ ଆଥଲେଟିକ୍ସ କଂଟିନେଂଟାଲ ଟୁର ଚ୍ୟାଲେଞ୍ଜର ପ୍ରତିଯୋଗିତାରେ ୮୪.୫୨ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ୬ ପ୍ରତିଯୋଗୀଙ୍କ ମଧ୍ୟରେ ଶୀର୍ଷରେ ରହିଥିଲେ । ଡେଭ ସ୍ମିଥ ୮୨.୪୪ ମିଟର ଦୂରତା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ନୀରଜ ମେ ୧୬ରେ ଦୋହାରେ ହେବାକୁ ଥିବା ଡାଇମଣ୍ଡ ଲିଗ ଏଲିଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ଭାରତର ଏହି ଆଥଲେଟ ୨୦୨୦ ଟୋକିଓ ଗେମ୍ସରେ ସ୍ୱର୍ଣ୍ଣ ଓ ୨୦୨୪ ପ୍ୟାରିସ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ । ତାଙ୍କର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ରହିଛି । ସେ ଏବେ ୯୦ ମିଟର ଟାର୍ଗେଟ ପାଇଁ ଜୋରସୋରରେ ଅଭ୍ୟାସ ଜାରୀ ରଖିଛନ୍ତି । ନୀରଜ ଏବେ ତାଙ୍କ ନୂଆ କୋଚ ଜାନ ଜେଲେଜନୀଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି । ଜେଲଜୀନ ୩ ଥର ଅଲିମ୍ପିକ ଚାମ୍ପିୟନ ଓ ବିଶ୍ୱରେକର୍ଡଧାରୀ ଅଟନ୍ତି ।

Comments are closed.