Latest Odisha News

BREAKING NEWS

ଯବାନଙ୍କ ପାରା ସଉକ: ୩୫ ବର୍ଷ ହେଲାଣି ପାଳୁଛନ୍ତି ପାରା, ରଖିଛନ୍ତି ୮୦ ପ୍ରଜାତିର

ରାଜସ୍ଥାନ: ପ୍ରତ୍ୟେକ ବ୍ୟକ୍ତିଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କେହି କୁକୁର, ବିଲେଇ, ଠେକୁଆ ବା ଶୁଆ ରଖିବାକୁ ଭଲ ପାଇଥାନ୍ତି । ସେମାନେ ତାଙ୍କର ପ୍ରିୟ ପଶୁ-ପକ୍ଷୀଙ୍କ ପାଇଁ ସବୁକିଛି କରିଥାନ୍ତି । ସେମାନେ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ସେମିତି ରାଜସ୍ଥାନର ଜଣେ ଯବାନ ୩୫ ବର୍ଷ ହେଲାଣି ଘରେ ପାଳୁଛନ୍ତି ପାରା । ପ୍ରାୟ ୭୦ରୁ ୮୦ ପ୍ରଜାତିର ପାରା ତାଙ୍କ ପ୍ରାଙ୍ଗଣରେ ବୁଲୁଥିବା ଦେଖିବାକୁ ମିଳେ ।

ରାଜସ୍ଥାନ ବାରମର ସହରର ତିଲକ ନଗରର ବାସିନ୍ଦା ଇମ୍ରାନ ଖାନ୍ । ସେ ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । ତେଣୁ ସେ ଘରେ ପାରା ପାଳୁଛନ୍ତି । ସେ ଗୋଟେ କି ଦୁଇଟି ପ୍ରଜାତିର ପାରା ପାଳୁ ନାହାନ୍ତି, ତାଙ୍କ ପାଖରେ ଅଛନ୍ତି ୭୦ର ୁ୮୦ ପ୍ରଜାତିର ପାରା । ସେଥିମଧ୍ୟରେ ପାକିସ୍ତାନୀ ଶିରାଜୀ ପାରାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ପ୍ରଜାତିର ପାରାଗୁଡ଼ିକ ଉଡିବା ସମୟରେ ଦେଖିବା ପାଇଁ ସୁନ୍ଦର ଏବଂ ପ୍ରତିଯୋଗିତାରେ ଅତି ଦକ୍ଷ ହୋଇଥାନ୍ତି । ସେମାନଙ୍କର ମୂଲ୍ୟ ହେଉଛି ପ୍ରତି ଯୋଡି ପାଇଁ ୩ ହଜାର ଟଙ୍କା ।

ଏହି ପ୍ରଜାତିର ବିଶେଷତ୍ୱ ହେଉଛି ଏହା ଫ୍ୟାନ୍ସି ବର୍ଗରେ ଆସିଥାଏ । ସେମାନେ ଅନ୍ୟ ପାରାମାନଙ୍କ ପରି ଗହମ, ବାଜରା ଏବଂ ଡାଲି ଖାଦ୍ୟ ଖାଇଥାନ୍ତି । ଇମ୍ରାନ କହିଛନ୍ତି ଯେ, ମୋତେ ପାରା ପାଳିବାକୁ ବହୁତ ଭଲ ଲାଗେ । ମୁଁ ଆଗ ସେମାନଙ୍କର ଦେଖାଶୁଣା କରିବା ପରେ ଅନ୍ୟ କାମ କରିଥାଏ । ଅହମ୍ମଦାବାଦ, ପାଟନା ଏବଂ ଦେସାରୁ ମୁଁ ଅନେକ ପାରା କିଣିଛି । ମୋ ପାଖରେ ୫୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପାରା ରହିଛି ।

Comments are closed.