ମାଲକାନଗିିରି : ମାଲକାନଗିିରିରୁ ପୁଣି ଜବତ ହେଲା ବିପୁଳ ପରିମାଣର ବିସ୍ପୋରକ । ମାଲକାନଗିରି ଜିଲ୍ଲା ସ୍ୱଭିମାନ ଅଞ୍ଚଳର ନୂତନ ବିଏସଏଫ୍ କ୍ୟାମ୍ପ ସ୍ପାପନ ହେବା ପରେ ସୁରକ୍ଷା କର୍ମୀମାନେ କୁମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ପୋରକ ଜବତ କରିଛନ୍ତି ।
ଯାହା ମଧ୍ୟରେ ୫ ଟି ଆଇଡି, ୩ ଟି ଡିଟୋନେଟର ,୧୨ଟି ଭଲ୍ଟରେ ଗୋଟିଏ ବେଟେରି ,ମେଡିସିନ,କ୍ୟାମେରା ଫ୍ଲାସ , କୋଡେକ୍ସ କେବୁଲ ସହ ଅନେକ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି । ଚଳିତ ମାସ ୭ ତାରିଖ ଦିନ ବିଏସ.ଏଫ ଓ ଡି.ଭିଏଫ ଓ ଏସଓଜି ବାହିନି ମିଳିତ ଭାବେ ସ୍ଵାଭିମାନ ଅଞ୍ଚଳର ଜଡାମ୍ବ ଥାନା ଅନ୍ତର୍ଗତ ନଦେମଞ୍ଜରି ଗ୍ରାମରେ ଜବାନ ମାନେ କମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ମାଟି ତଳୁ ବିପୁଳ ପରିମାଣର ବିସ୍ପୋରକ ସହ ମାଓ ସାମଗ୍ରୀ ଜବତ କରିଥିଲେ ।
ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲ ପନ୍ଥି ଅସ୍ତ୍ର ଶସ୍ତ୍ର ସହ ବିଷ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସଡିପିଓ କହିଛନ୍ତି । ଆଗାମି ଦିନରେ ମଧ୍ୟ ଏହି ଅପରେସନ କୁ ସଂପୃକ୍ତ ଅଞ୍ଚଳରେ ଜାରି ରହିବ ବୋଲି ଜଣାପଡିଛି ।
Comments are closed.