Latest Odisha News

ବିଗ୍ ବସ୍ ୧୫ରେ ଅତିଥି ନୁହେଁ ବରଂ ପ୍ରତିଯୋଗୀ ହେବେ ଜୟ ଭାନୁଶାଳୀ

ମୁମ୍ବାଇ: ବିଗ୍ ବସ୍ ୧୫ ଗ୍ରାଣ୍ଡ୍ ପ୍ରିମିୟର୍ ଅକ୍ଟୋବର ୨ ରେ ରାତି ୯.୩୦ ରେ କଲର୍ସ ଟିଭିରେ ପ୍ରସାରିତ ହେବ। ସଲମାନ ଖାନ-ଆୟୋଜିତ ଶୋରେ ଅଂଶ ହେବାକୁ ଅନେକ ଲୋକପ୍ରିୟ ଚେହେରା ସାମ୍‌ନାକୁ ଆସିସାରିଲାଣି। ବିଗ୍‌ ବସ୍‌ର ପ୍ରତିଯୋଗୀ ‌ହେବାକୁ ଥିବା ଅଧିକାଂଶ ସେଲିବ୍ରିଟିଙ୍କ ନାମ ଘୋଷଣା କରାଯାଇଛି।

ତେବେ ଶୋ’ରେ  ଶେଷ ମୁହୂର୍ତ୍ତରେ ଏଣ୍ଟ୍ରି କରିଛନ୍ତି ଲୋକପ୍ରିୟ କଳାକାର ତଥା ହୋଷ୍ଟ ଜୟ ଭାନୁଶାଳୀ। ଜୟଙ୍କୁ ମଧ୍ୟ ଏଥର ଶୋ’ରେ ଦେଖିବାକୁ ମିଳିବ। ଅତିଥି ଭାବରେ ନୁହେଁ ବରଂ ପ୍ରତିଯୋଗୀ ଭାବରେ।

ବିଗ୍ ବସ୍ ୧୫ ର ନିଶ୍ଚିତ ହୋଇଥିବା ପ୍ରତିଯୋଗୀମାନଙ୍କ ତାଲିକା ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି। କିନ୍ତୁ, ଯାହା ଜଣାପଡୁଛି ଯେ ନିର୍ମାତାମାନେ ଶୋ’ରେ ଆଉ କିଛି ପ୍ରତିଯୋଗୀଙ୍କୁ ସାମିଲ୍‌ କରିବାକୁ ଚାହୁଛନ୍ତି।

Comments are closed.