Latest Odisha News

ଜୟ ଶାହ ହେଲେ ଆଇସିସିର ନୂତନ ଚେୟାରମ୍ୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସେକ୍ରେଟାରୀ ଜୟ ଶାହ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲର ନୂତନ ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏବେ ଗ୍ରେଗ ବାର୍କଲେଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିବେ । ଆଇସିସି ଚେୟାରମ୍ୟାନ ପାଇଁ ସେ ଏକମାତ୍ର ଆବେଦନକାରୀ ରହିଥିଲେ । ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ହାତେଇବାରେ ବିଶେଷ ଅସୁବିଧାର ସମ୍ମୁଖୀନc ହେବାକୁ ପଡି ନ ଥିଲା । ୩୦ ନଭେମ୍ବରରେ ବାର୍କଲେଙ୍କ କାର୍ଯ୍ୟକାଳ ଶେଷ ହେବ । ଆବେଦନପାଇଁ ଅଗଷ୍ଟ ୨୭ ଶେଷ ତାରିଖ ରହିଥିଲା । ଆଇସିସି ଚେୟାରମ୍ୟାନ ପଦ ୨ ବର୍ଷ ବ୍ୟବଧାନରେ ୩ଟି କାର୍ଯ୍ୟକାଳ ପାଇଁ ଚୟନ ହୋଇଥାନ୍ତି । ବାର୍କେଲ ୨୦୨୦ ଓ ୨୦୨୨ରେ ନିଯୁକ୍ତ ହୋଇଥିଲେ ।

ଶାହ ସବୁଠାରୁ କମ ବୟସରେ ଚେୟାରମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ମାତ୍ର ୩୫ ବର୍ଷ ବୟସରେ ଏହି ପଦବୀର ଅଧିକାରୀ ହୋଇଛନ୍ତି । ତାଙ୍କ ପୂର୍ବରୁ ଭାରତର ଜଗମୋହନ ଡାଲମିଆ, ଶରଦ ପାୱାର, ଏନ.ଶ୍ରୀନିବାସନ ଓ ଶଶାଙ୍କ ମନୋହର ଏହି ପଦବୀରେ ସୁଚାରୁରୂପେ ଦାୟିତ୍ୱ ତୁଲାଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ବିସିସିଆର ପ୍ରଭୂତ୍ୱ ବଢ଼ିବାରେ ଲାଗିଛି । ଶାହଙ୍କ ସହ ୧୬ ସଦସ୍ୟ କମିଟିଙ୍କ ଭଲ ସମ୍ପର୍କ ରହିଥିଲା । ବିସିସିଆଇ ସେକ୍ରେଟାରୀ ଭାବେ ତାଙ୍କର ଆଉ ଏକ ବର୍ଷ କାର୍ଯ୍ୟକାଳ ରହିଛି । ଏହା ପରେ ନୂତନ ନିୟମ ଅନୁସାରେ ୨୦୨୫ ପରେ ସେ ୩ ବର୍ଷ ପାଇଁ ବ୍ରେକ ନେବେ ।

Comments are closed.