Latest Odisha News

BREAKING NEWS

ରାଜ୍ୟସଭାରେ ଜୟା ବଚ୍ଚନ କାହାକୁ ଏପରି ଅଙ୍ଗୁଳି ନିର୍ଦ୍ଦେଶ କଲେ?

ନୂଆଦିଲ୍ଲୀ: ରାଜ୍ୟସଭାରେ ଫେବୃଆରୀ ୯ ତାରିଖରେ ହୋଇଥିବା ଏକ ଘଟଣାକ୍ରମକୁ ନେଇ ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା। ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋରେ ସାଂସଦ ଜୟା ବଚ୍ଚନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସୋଶିଆଲ ମିଡିଆରେ ଦେଖିବାକୁ ମିଳିଛି।

ରାଜ୍ୟସଭା ସାଂସଦ ତଥା ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ଜୟା ବଚ୍ଚନଙ୍କୁ ସମାଲୋଚନା କରାଯାଉଛି। ଏହି ଭିଡିଓକୁ  ବିଶେଷକରି ବିଜେପି ନେତା ସେୟାର କରି ଜୟା ବଚ୍ଚନଙ୍କୁ ନିନ୍ଦା କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ସମାଜବାଦୀ ପାର୍ଟି ସାଂସଦ ବାଚସ୍ପତିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳିଥିଲା। ଭାଇରାଲ ହୋଇଥିବା କ୍ଲିପ୍‌ରେ ସେ ଛିଡା ହୋଇ ସଦନରେ ଜଗଦୀପ ଧନଖଡଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳିଛି। ଯେଉଁସମୟରେ କି ଜଗଦୀପ ଧନଖଡ ରାଜ୍ୟସଭା ସଦସ୍ୟମାନଙ୍କୁ ବସିବାକୁ କହୁଥିଲେ।

ବିଜେପି ମୁଖପାତ୍ର ଅନୁଜା କପୁର ଭାଇରାଲ ଭିଡିଓ କ୍ଲିପକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଜୟା ବଚ୍ଚନ ଅନ୍ତତଃ ପକ୍ଷେ ନିଜ ପଦବୀର ସମ୍ମାନ ରକ୍ଷା କରିବା ଉଚିତ। ବିଜେପି ନେତା ଅଜୟ ସେହରାୱତ ଟ୍ୱିଟରରେ ଲେଖିଛନ୍ତି ଯେ ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ ଆଚରଣ ଲଜ୍ଜାଜନକ। ଟ୍ୱିଟରରେ ଲୋକମାନେ ସମାଜବାଦୀ ପାର୍ଟି ସାଂସଦଙ୍କ ଏହି ଆଚରଣକୁ ସମାଲୋଚନା କରୁଛନ୍ତି।

 

 

Leave A Reply

Your email address will not be published.