Latest Odisha News

BREAKING NEWS

ଜୟଶ୍ରୀ ଦାସଙ୍କୁ ଶ୍ରେଷ୍ଠ ସାହିତ୍ୟିକା ଜ୍ୟୋତି ସମ୍ମାନ ପ୍ରଦାନ

ଭୁବନେଶ୍ୱର : ନାଗେଶ୍ୱର ଫିଲ୍ମ ପ୍ରଡ଼କ୍ସନ୍ ଅନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନାଗେଶ୍ବର ସିନେ ସାହିତ୍ୟ ଆୱାର୍ଡ – ୨୦ ୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୟଶ୍ରୀ ଦାସଙ୍କୁ ‘ଶ୍ରେଷ୍ଠ ସାହିତ୍ୟିକା ଜ୍ୟୋତି ସମ୍ମାନ’ ପ୍ରଦାନ କରାଯାଇଛି । ଏହା ସହ ଦିବ୍ୟାଙ୍ଗ ସମାଜସେବିକା ନର୍ମଦା ବେହେରା, ସୁଧା ପଟ୍ଟନାୟକ, ଭାସ୍କର ବେଦାନ୍ତ ପ୍ରମୁଖଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅତିଥିମାନେ ସମ୍ମାନିତ କରିଥିଲେ ।

ପ୍ରାରମ୍ଭରେ ବେଦପାଠ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନେ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ପ୍ରଯୋଜକ-ନିର୍ଦ୍ଦେଶକ ଅଶୋକ ଘଡ଼ିଆଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାହିତ୍ୟିକ ରବି ନାରାୟଣ ସେନାପତି, ବିଶିଷ୍ଟ ସାହିତ୍ୟିକା ଶକୁନ୍ତଳା ବଳିୟାରସିଂହ, ହରେକୃଷ୍ଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମଟି ସୌଦାମିନୀ ସାମନ୍ତରାଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ସନ୍ଧ୍ୟା ପୃଷ୍ଟି ସଂଯୋଜନା କରିଥିଲେ ଏବଂ ସୁଧା ପଟ୍ଟନାୟକଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.