ଜେଦାହ:ଜୟଦେବ ଉନାଡକଟ ଆଇପିଏଲ ନିଲାମରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୧୩ ଥର ନିଲାମ ପ୍ରକ୍ରିୟାରେ ସାମିଲ ହେବା ସହ ବିକ୍ରି ମଧ୍ୟ ହୋଇଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଖେଳାଳି ଏତେ ଥର ବିକ୍ରି ହୋଇ ନାହାନ୍ତି । ଜୟଦେବ ୨୦୧୦ରେ ଆଇପିଏଲ ପଦାର୍ପଣ କରିଥିଲେ । ତାଙ୍କୁ ପ୍ରଥମ ଥର କେତେ ଅର୍ଥ ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ । କେତେକ ରିପୋର୍ଟ ଅନୁସାରେ କେକେଆର ତାଙ୍କୁ ୮ ଲକ୍ଷ ଟଙ୍କାରେ ଦଳରେ ନେଇଥିଲା । ଏହା ପରେ ୨୦୧୨ରେ ତାଙ୍କୁ ୧.୪ କୋଟିରେ କେକେଆର ନେଇଥିଲା । ୨୦୧୩ ଆରସିବି, ୨୦୧୪ ଓ ୧୫ରେ ଦିଲ୍ଲୀ ତାଙ୍କୁ କିଣିଥିଲା ।
୨୦୧୬ରେ ପୂନର୍ବାର କେକେଆର ତାଙ୍କୁ ୧.୬ କୋଟି ମୋଟା ଅଙ୍କରେ ନେଇଥିଲା । ତାଙ୍କ ପ୍ରଦର୍ଶନ ଭଲ ନ ରହିବାରୁ ପରବର୍ତୀ ସଂସ୍କରଣରେ ମାତ୍ର ୩୦ ଲକ୍ଷରେ ବିକ୍ରି ହୋଇଥିଲେ । ଏହି ସିଜନରେ ସେ ୧୨ ମ୍ୟାଚରେ ୨୪ ୱିକେଟ ନେଇ ନିଜ ସ୍ଥିତି ମଜଭୁତ କରିଥିଲେ । ୨୦୧୮ରେ ସେ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ରାଜସ୍ଥାନ ରୟାଲ୍ସ ୧୧.୫୦ କୋଟିରେ ନେଇଥିଲା । ୨୦୨୦ରେ ରାଜସ୍ଥାନ ୩ କୋଟିରେ, ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ୧.୩ କୋଟି , ୨୦୨୩ରେ ଲକ୍ଷ୍ନୌ ୫କୋଟିରେ, ୨୦୨୪ରେ ହାଇଦ୍ରାବାଦ ୧.୬ କୋଟିରେ ନେଇଥିଲା । ଏଥର ସନରାଇଜର୍ସ ହାଇଦ୍ରାବାଦ ୫ କୋଟି ଟଙ୍କାରେ ଦଳରେ ସାମିଲ କରିଛି ।