Latest Odisha News

BREAKING NEWS

ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥିବୀ ବେଗୁନିଆରୁ ଲଢିବେ !

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକ ବେଗୁନିିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତାଙ୍କ ବାପା ଏହି ଆସନରୁ ୨ଥର ନିର୍ବାଚିତ ହୋଇଥିଲେ ।

“ଯଦି ଦଳ ମୋତେ ବେଗୁନିଆ ଆସନରୁ ପ୍ରାଥୀ ଭାବେ ଚୟନ କରେ, ତେବେ ମୁଁ ଜିତିବାକୁ ସବୁମତେ ଚେଷ୍ଟା କରିବି,” ବୋଲି ଗଣମାଧ୍ୟମର ସାମ୍ବାଦିକଙ୍କୁ କହିଛନ୍ତି ପୃଥିବୀ ।

“ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବେଶ୍ ପ୍ରଭାବ ରହିଛି । ଓଡ଼ିଶାରେ କଂଗ୍ରେସ ଦଳକୁ ଆହୁରି ଶକ୍ତିଶାଳୀ କରିବାକୁ ମୋର ଲକ୍ଷ୍ୟ ରହିଛି । ତେବେ ମୁଁ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହି, ଏହି ଆସନ ଲାଗି ଦଳ ମୋତେ ଟିକଟ ଦେବ କି ନାହିଁ,” ବୋଲି କହିଛନ୍ତି ପୃଥିବୀ ପଟ୍ଟନାୟକ ।

ପୃଥିବୀ ପଟ୍ଟନାୟକ ଏପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିନାହାନ୍ତି ।

Leave A Reply

Your email address will not be published.