Latest Odisha News

BREAKING NEWS

ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ରାଇରଙ୍ଗପୁର: ମହୁମାଛି ଆକ୍ରମଣରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଘଟଣା। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ରାଇରଙ୍ଗପୁର ମହୁଲଡିହାସ୍ଥ ସରକାରୀ ବାସଭବନ ସମ୍ମୁଖରେ ମହୁମାଛି ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ତିରିଂ ବ୍ଳକ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ଆଜି ସକାଳ ସମୟରେ ରାଇରଙ୍ଗପୁରସ୍ଥ ନିଜ ସରକାରୀ ବାସଭବନରୁ ତିରିଂ ଅଭିମୁଖେ ନିଜ କାର୍ଯ୍ୟସ୍ଥଳକୁ ଯିବାକୁ ବାହାରିଥିଲେ।  ଏହି ସମୟରେ ହଠାତ୍ ଘର ସମ୍ମୁଖରେ ଥିବା ଏକ ବଡ କୃଷ୍ଣଚୂଡା ଗଛରେ ବସା ବାନ୍ଧିଥିବା ମହୁମାଛିମାନେ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସେ  ଅଚେତ ହୋଇ ବାନ୍ତି କରି ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ଘୋଷଣା କରିଥିଲେ।

ସେହିପରି ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଛି। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେ ଜଣେ କର୍ମଠ, ଦାୟିତ୍ଵ ସଂପନ୍ନ ବ୍ୟକ୍ତି, ଅମାୟିକ, ସରଳ,ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ଆରଡି ବିଭାଗର ସମସ୍ତ କର୍ମଚାରୀ ତାଙ୍କୁ ଶେଷ ଦର୍ଶନ କରିଥିଲେ। ଏନେଇ ରାଇରଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି।

Comments are closed.