Latest Odisha News

BREAKING NEWS

ଆଇଆଇଟି ଲାଗି ମେ’ ୧୭ରେ ‘ଜେଇଇ ଆଡଭାନ୍ସ ୨୦୨୦’ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ରେ ପ୍ରବେଶ ଲାଗି ୨୦୨୦ ମସିହା ମେ’ ୧୭ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ ।

 

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ଗତ ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀ ଆଇଆଇଟିରେ ଅନୁଷ୍ଠିତ ସଂଯୁକ୍ତ ପ୍ରବେଶ ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆସନ୍ତା ବର୍ଷ ମେ’ ୧୭ରେ ‘ଜେଇଇ ଆଡଭାନ୍ସ ୨୦୨୦’ପରୀକ୍ଷା ହେବ । ପ୍ରଥମ ପେପର୍ ସକାଳ ୯ଟା ଏବଂ ୨ୟ ପେପର୍ ଦ୍ୱିପ୍ରହର ୨ଟା ୩୦ମି.ରେ ଅନୁଷ୍ଠିତ ହେବ । ପରୀକ୍ଷା ଅବଧି ୩ ଘଣ୍ଟା ।

‘ଜେଇଇ ଆଡଭାନ୍ସ ୨୦୨୦’ଲାଗି ଚଳିତ ଥର ପ୍ରାୟ ୨.୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ପ୍ରଥମେ ଜେଇଇ ମେନରେ ୨.୪୦ ଲକ୍ଷ ଆଶାୟୀଙ୍କୁ ଜେଇଇ ଆଡଭାନ୍ସ ଲାଗି ସର୍ଟଲିଷ୍ଟ କରାଯାଇଥିଲା ।

ପ୍ରଥମ ଥର ଲାଗି ଦୁବାଇ, କାଠମାଣ୍ଡୁ, ଢାକା ଓ ସିଙ୍ଗାପୁର ବ୍ୟତିତ ସାନଫ୍ରାନ୍ସିକୋରେ ମଧ୍ୟ ଜେଇଇ ଆଡଭାନ୍ସ ପରୀକ୍ଷା ଆୟୋଜିତ କରାଯିବ ।

ଏହି ପରୀକ୍ଷା ଦିଲ୍ଲୀ ଆଇଆଇଟି ଦ୍ୱାରା ଆୟୋଜିତ କରାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.