Latest Odisha News

କରୋନା ଯୋଗୁ JEE ମେନ୍ ଏପ୍ରିଲ ସେସନ୍ ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବଢୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ଏପ୍ରିଲ ସେସନକୁ ସ୍ଥଗିତ ରଖାଯାଇଛି । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ କରୋନା ସ୍ଥିତିରେ ପରୀକ୍ଷାର୍ଥୀ ଓ ପରୀକ୍ଷା ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିର ରଖି ପ୍ରବେଶିକା ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି । କେବେ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ହୋଇନି । ଯେବେ ପରୀକ୍ଷା ହେବ ତାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି NTA ପକ୍ଷରୁ କୁହାଯାଇଛି । ଏପ୍ରିଲ ସେସନ୍ ସ୍ଥଗିତ ରଖିବା ପାଇଁ NTAକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ।

Leave A Reply

Your email address will not be published.