Latest Odisha News

JEE ମେନ୍ ରେଜଲ୍ଟ: ୧୩ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର, ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ମାର୍ଚ୍ଚରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଛି । ମାତ୍ର ୬ ଦିନରେ ପ୍ରକାଶ ପାଇଛି ପରୀକ୍ଷାଫଳ ପ୍ରକାଶ କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ । ୧୩ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର । ଦିଲ୍ଲାର କାବ୍ୟା ଚୋପ୍ରା ୩୦୦ରୁ ୩୦୦ ନମ୍ବର ରଖି ରେକର୍ଡ କରିଛନ୍ତି । ପ୍ରଥମ ମହିଳା ଭାବରେ ଜେଇଇ ମେନରେ ସେ ଶତ ପ୍ରତିଶତ ନମ୍ୱର ରଖିଛନ୍ତି ।୯୯ପ୍ରତିଶତ ନମ୍ୱର ସହ ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର ହୋଇଛନ୍ତି ।

ମାର୍ଚ୍ଚ ୧୬ରୁ ୧୮ ଯାଏ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୩୩୪ଟି ସହରରେ ୭୯୨ଟି ପରୀକ୍ଷାକେନ୍ଦ୍ର ହୋଇଥିଲା । ଜେଇଇ ମେନ୍ ପାଇଁ ଦେଶରୁ ୬ଲକ୍ଷରୁ ୧୯ ହଜାର ପରୀକ୍ଷାର୍ଥୀ । ଓଡ଼ିଶାରେ ୭ଟି ସହରରେ ପରୀକ୍ଷା ଦେଇଥିଲେ ପାଖାପାଖି ୪୦ହଜାର ଛାତ୍ରଛାତ୍ରୀ । ଚଳିତବର୍ଷଠାରୁ ବର୍ଷକୁ ୪ଥର ଜେଇଇ ମେନ୍ ପରୀକ୍ଷା କରିବାକୁ ଏନଟିଏ ନିଷ୍ପତ୍ତି ନେଇଛି । ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ଶେଷ ହୋଇଛି ।

Leave A Reply

Your email address will not be published.