Latest Odisha News

ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ,ଏମିତି ଜାଣି ପାରିବେ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ପରୀକ୍ଷାଫଳ ପ୍ରକାଶ କରିବ । ଛାତ୍ରଛାତ୍ରୀ ଦୁଇଟି ଓ୍ୱେବସାଇଟ jeemain.nta.nic.injeemain.nic.in ରେ ଫଳାଫଳ ଜାଣି ପାରିବେ ।

ଏମିତି ପ୍ରକ୍ରିୟାରେ ଜାଣନ୍ତୁ ରେଜଲ୍ଟ
୧. ଅଫିସିଆଲ୍ ଓ୍ୱେବସାଇଟ୍ jeemain.nta.nic.inରେ ଲଗଅନ କରନ୍ତୁ

୨. ହୋମପେଜରେ JEE Mains ୨୦୨୦ ରେଜଲ୍ଟସରେ କ୍ଲିକ କରନ୍ତୁ
୩. ଲଗ୍ ଇନ୍ ସମ୍ପର୍ତିକ ତଥ୍ୟ ଦିଅନ୍ତୁ
୪. ଜେଇଇ ମେନ୍ ୨୦୨୦ ରେଜଲ୍ଟ ଦେଖିପାରିବେ
୫. ପରୀକ୍ଷାଫଳକୁ ଡାଉନଲୋଡ୍ ଓ ପ୍ରିଣ୍ଟ ଆଉଟ୍ କାଢ଼ି ପାରିବେ

ଚଳିତବର୍ଷ କରୋନା ଯୋଗୁ ଜେଇଇ ମେନ୍ ବିଳମ୍ୱ ହୋଇଥିଲା । ଗତ ୧ରୁ ୬ ତାରିଖରେ ସାରା ଦେଶରେ କୋଭିଡ୍ କଟକଣା ଭିତରେ ସରିଥିଲା ଜେଇଇ ମେନ୍ । ସାରା ଦେଶରେ ୨୩୩ଟି ସହରରେ ୬୬୦ଟି ପରୀକ୍ଷାକେନ୍ଦ୍ର ହୋଇଥିଲା ।

ସାରା ଦେଶରୁ ପରୀକ୍ଷା ଦେଇଥିଲେ ପାଖାପାଖି ୭ ଲକ୍ଷ ଛାତ୍ରଛାତ୍ରୀ । ଓଡ଼ିଶାରୁ ଥିଲେ ୩୮ ହଜାର ୨୩୬ ପରୀକ୍ଷାର୍ଥୀ । ରାଜ୍ୟର ସାତଟି ସହରରେ ହୋଇଥିଲା ୨୬ ସେଣ୍ଟର ।

Leave A Reply

Your email address will not be published.