ଭୁବନେଶ୍ୱର: ପଞ୍ଜାବର ସାଙ୍ଗରୁରୁରେ ଅନୁଷ୍ଠିତ ଜୁନିୟର ଫେଡେରେଶନ କପ ଆଥଲେଟିକ୍ସରେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରେସେସନ ଜୀଭା ଓ ଆର୍ଯ୍ୟନ ଏକ୍କା । ୧୧୦ ମିଟର ହର୍ଡଲର ଜୀଭା ଏବଂ ଏକ୍କା ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ ହାଇ ପର୍ଫମାନ୍ସ ସେଂଟର (ଏଚପିସି)ରେ ପ୍ରଶିକ୍ଷଣ ନେଉଛନ୍ତି । ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୪.୧୪ ସେକେଣ୍ଡ କରି ମହାରାଷ୍ଟ୍ରର ତେଜସ ଅଶୋକଙ୍କ ପଛକୁ ଅଛନ୍ତି । କେନିୟାରେ ଚଳିତ ମାସ ଶେଷ ଆଡକୁ ଥିବା ୱାର୍ଲ୍ଡ ଆଥଲେଟିକ ମିଟ (୨୦ ବର୍ଷରୁ କମ୍) ଟିମରେ ଜୀଭାଙ୍କ ସ୍ଥାନ ପାଇବା ସମ୍ଭାବନା ଉଜ୍ଜୀବୀତ ହୋଇଛି । ଏକ୍କା ପଦକ ପାଇ ନ ଥିଲେ ମଧ୍ୟ ୨୦୦ମିଟରରେ ୨୨.୧୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ୬ଷ୍ଠ ସ୍ଥାନରେ ରହିଥିଲେ । ଏବେ ୨୯ ଆଥଲେଟ ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି ।
ରିଲାଏନ୍ସ ଓ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରଶିକ୍ଷଣ ଶିବିର ପରିଚାଳିତ ହେଉଛି । ଏଥିରୁ ସବିତା ଟପ୍ପୋଙ୍କ ପରି ପ୍ରତିଭାବାନ ଆଥଲେଟ ତାଙ୍କ ଦକ୍ଷତା ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଗୌହାଟୀରେ ଜୁନିୟର ନ୍ୟାଶନାଲ ଚାମ୍ପିୟନଶିପର ସେ ବାଳିକା ଲଙ୍ଗଜମ୍ପରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ଅମ୍ଲାନ ବୋରଗହେନ, ଦୀଲିପ ନାୟକ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି ।
BREAKING NEWS
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
Comments are closed.