Latest Odisha News

BREAKING NEWS

ଜୁନିୟର ଫେଡେରେଶନ କପରେ ଜୀଭା, ଏକ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ପଞ୍ଜାବର ସାଙ୍ଗରୁରୁରେ ଅନୁଷ୍ଠିତ ଜୁନିୟର ଫେଡେରେଶନ କପ ଆଥଲେଟିକ୍ସରେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରେସେସନ ଜୀଭା ଓ ଆର୍ଯ୍ୟନ ଏକ୍କା । ୧୧୦ ମିଟର ହର୍ଡଲର ଜୀଭା ଏବଂ ଏକ୍କା ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ ହାଇ ପର୍ଫମାନ୍ସ ସେଂଟର (ଏଚପିସି)ରେ ପ୍ରଶିକ୍ଷଣ ନେଉଛନ୍ତି । ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୪.୧୪ ସେକେଣ୍ଡ କରି ମହାରାଷ୍ଟ୍ରର ତେଜସ ଅଶୋକଙ୍କ ପଛକୁ ଅଛନ୍ତି । କେନିୟାରେ ଚଳିତ ମାସ ଶେଷ ଆଡକୁ ଥିବା ୱାର୍ଲ୍ଡ ଆଥଲେଟିକ ମିଟ (୨୦ ବର୍ଷରୁ କମ୍‌) ଟିମରେ ଜୀଭାଙ୍କ ସ୍ଥାନ ପାଇବା ସମ୍ଭାବନା ଉଜ୍ଜୀବୀତ ହୋଇଛି । ଏକ୍କା ପଦକ ପାଇ ନ ଥିଲେ ମଧ୍ୟ ୨୦୦ମିଟରରେ ୨୨.୧୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ୬ଷ୍ଠ ସ୍ଥାନରେ ରହିଥିଲେ । ଏବେ ୨୯ ଆଥଲେଟ ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି । ରିଲାଏନ୍ସ ଓ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରଶିକ୍ଷଣ ଶିବିର ପରିଚାଳିତ ହେଉଛି । ଏଥିରୁ ସବିତା ଟପ୍ପୋଙ୍କ ପରି ପ୍ରତିଭାବାନ ଆଥଲେଟ ତାଙ୍କ ଦକ୍ଷତା ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଗୌହାଟୀରେ ଜୁନିୟର ନ୍ୟାଶନାଲ ଚାମ୍ପିୟନଶିପର ସେ ବାଳିକା ଲଙ୍ଗଜମ୍ପରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ଅମ୍ଲାନ ବୋରଗହେନ, ଦୀଲିପ ନାୟକ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି ।

BjdElectrycity
Leave A Reply

Your email address will not be published.