ନୂଆଦିଲ୍ଲୀ: ୫୩୯ କୋଟି ଟଙ୍କାର କାନାରା ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।
କାନାରା ବ୍ୟାଙ୍କର ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିବା ପରେ ମେ’ ୨୦୨୩ରୁ ଇଡି ଏହି ମାମଲାର ତଦନ୍ତ କରୁଥିଲା। ବ୍ୟାଙ୍କ ଅଭିଯୋଗ କରିଛି ଯେ ଜେଟ୍ ଏୟାରଓ୍ବେଜ ସମ୍ପୃକ୍ତ ପକ୍ଷଙ୍କୁ ଅନାଧିକୃତ ଅର୍ଥ ପ୍ରଦାନ କରି ଅର୍ଥ ହଡପ କରିଛି, ଏଥିରେ ଗୋଏଲଙ୍କ ପତ୍ନୀ ଅନିତା ଏବଂ ଜେଟ୍ ଲାଇଟ୍ (ଇଣ୍ଡିଆ) ଲିର ହାତ ଅଛି।
ଇଡିର ତଦନ୍ତରୁ ଜାଣିବାକୁ ମିଳିଛି ଯେ ଜେଟ୍ ଏୟାରଓ୍ବେଜ ବ୍ୟାଙ୍କରୁ ମିଳିଥିବା ଋଣକୁ ସେମାନେ ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ ତାହା ବ୍ୟତୀତ ଅନ୍ୟ କାମରେ ବ୍ୟବହାର କରିଥିଲେ। ଏହି ଟଙ୍କା କମିସନ ଖର୍ଚ୍ଚ, ଜେଟ୍ ଲାଇଟ୍ (ଇଣ୍ଡିଆ) ଲିମିଟେଡରେ ନିବେଶ ଏବଂ ପ୍ରଫେସନାଲ କନସଲଟାନ୍ସି ଖର୍ଚ୍ଚ ପାଇଁ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଇଡି ଏହା ମଧ୍ୟ ଜାଣିବାକୁ ପାଇଥିଲା ଯେ ଜେଟ୍ ଏୟାରଓ୍ବେଜ ଜେଟ୍ ଲାଇଟ୍ (ଇଣ୍ଡିଆ) ଲିମିଟେଡ୍କୁ ଦେଇଥିବା ଋଣକୁ ରାଇଟ୍ ଅଫ୍ କରିଦେଇଛି, ଯାହା ଆହୁରି ଦର୍ଶାଉଛି ଯେ ଏହି ଅର୍ଥକୁ ଆତ୍ମସାତ୍ କରାଯାଇଛି। ଗୋୟଲଙ୍କୁ ଇଡି ଅନେକ ଘଣ୍ଟା ଧରି ପଚରାଉଚରା କରିବା ପରେ ଗିରଫ କରିଥିଲା। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ।
ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଗୋୟଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ୨୦୧୯ରେ ୟେସ୍ ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ।
କାନାରା ବ୍ୟାଙ୍କ ଋଣ ଠକେଇ ମାମଲାରେ ଗୋଏଲଙ୍କ ଗିରଫଦାରୀ ଏକ ବଡ଼ ଘଟଣା। ଏହା ମଧ୍ୟ ବର୍ତ୍ତମାନ ଦେବାଳିଆ ପ୍ରକ୍ରିୟା ଦେଇ ଗତି କରୁଥିବା ଜେଟ୍ ଏୟାରଓ୍ବେଜ ପାଇଁ ଏକ ଝଟକା। ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଜେଟ୍ ଏୟାରଓ୍ବେଜ କେତେ ଟଙ୍କା ହଡପ କରିଛି ତାହା ସ୍ପଷ୍ଟ ହୋଇନାହିଁ।
Comments are closed.