Latest Odisha News

ପୁଣି ଉଡିବ ଜେଟ୍‌ ଏୟାର୍‌ୱେଜ୍‌

ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜ୍ ପୁଣି ଥରେ ଆକାଶ‌ରେ ଉଡ଼ିବ ବର୍ତ୍ତମାନ କମ୍ପାନୀକୁ ନୂତନ ମାଲିକ ମିଳିଛନ୍ତି | ଲଣ୍ଡନ ସ୍ଥିତ କେଲ୍ରକ୍ କ୍ୟାପିଟାଲ୍ ଏବଂ ୟୁଏଇର ବ୍ୟବସାୟୀ ମୁରାରୀ ଲାଲ ଜାଲାନଙ୍କ କନସୋର୍ଟିୟମ୍ (ଗ୍ରୁପ୍) ରିଜୋଲ୍ୟୁସନ୍ ଯୋଜନାକୁ ଋଣଦାତା କମିଟି ଅନୁମୋଦନ କରିଛି

ଗତ ବର୍ଷ ଏପ୍ରିଲରେ ଜେଟ ଏୟାରୱେଜ୍‌ ଜେଟ୍‌ ଉଡାଣ ବନ୍ଦ କରି ଦେଇଥିଲା ଏବଂ ନ୍ୟାସନାଲ କମ୍ପାନୀ ଟ୍ରିବ୍ୟୁନାଲ (ଏନସିଏଲଟି) ରେ ଜେଟ୍‌ ଏୟାରୱେଜ୍‌ର ମାମଲା ଚାଲିଛି

ରିପୋର୍ଟ ଅନୁଯାୟୀ, ଜେଟ ଏୟାରୱେଜରେ ପୁଞ୍ଜିନିବେଶ କରିବା ଏବଂ ନୂତନ ବିମାନ କିଣିବା ପାଇଁ ପୁରୁଣା ବିମାନ ବିକ୍ରୟ କରିବା କନସୋର୍ଟିୟମ୍ ଲକ୍ଷ୍ୟ ରଖିଛି ଏହା ସହ ଉଭୟ ଘରୋଇ ଅନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ଯୋଜନା କରାଯାଇଛି। 

ସୂଚନା ଥାଉ କି ଋଣଦାତା କମିଟିରେ ଥିବା ଅଧିକାଂଶ ବ୍ୟାଙ୍କର ସଦସ୍ୟ ଏହି ନୂଆ ଅଧିଗ୍ରହଣକୁ ସମର୍ଥନ କରିଥିଲେ | କେବଳ ସରକାରୀ ବିମାନସେବା କମ୍ପାନୀ ଏୟାର୍‌ଇଣ୍ଡିଆ ନୁହେଁ, ଘରୋଇ ଜେଟ ଏୟାରୱେଜ୍‌ ମଧ୍ୟ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିଲା | ଏହା ସହ ବ୍ୟାଙ୍କ ଋଣ ବୋଝ ଯୋଗୁଁ ଏହି କମ୍ପାନୀ ଗତବର୍ଷ ବିମାନ ଉଡାଣ ବନ୍ଦ କରିଦେଇଥିଲା |

Comments are closed.