Latest Odisha News

BREAKING NEWS

ଝାନ୍ସୀ ଅଘଟଣ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ

ଝାନ୍ସୀ: ୟୁପିର ଝାନ୍ସୀ ରାଣୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ମୋଟ୍ ୧୦ ଜଣ ନବଜାତ ଶିଶୁଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ବି ୩ ଜଣ ମୃତ ଶିଶୁଙ୍କୁ ଚିହ୍ନଟ କରାଯାଇନାହିଁ l ଚିହ୍ନଟ ହୋଇନଥିବା ମୃତ ଶିଶୁଙ୍କ ଡିଏନଏ ପରୀକ୍ଷା କରାଯାଇ ଚିହ୍ନଟ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି l ତେବେ ପ୍ରାଥମିକ ଯାଞ୍ଚରୁ ଅକ୍ସିଜେନ୍ କନସେନଟ୍ରେଟରରୁ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ସେପଟେ ଅଗ୍ନିକାଣ୍ଡ ପରେ ମେଡିକାଲରୁ ଜୀବନ୍ତ ଉଦ୍ଧାର ହୋଇଥିବା ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି l

ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମୋଦି ଲେଖିଛନ୍ତି, ଏହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା l ଉତ୍ତରପ୍ରଦେଶ ଝାନ୍ସୀ ରାଣୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ମନକୁ ବହୁତ ବ୍ୟଥିତ କରିଛି l ନିଜର ନିରୀହ ସନ୍ତାନଙ୍କୁ ହରାଇଥିବା ପରିବାରକୁ ମୋର ସମବେଦନା l ଏହି ଦୁଃଖ ସମୟରେ ଆପଣଙ୍କୁ ପ୍ରଭୁ ସହିବାର ଧର୍ଯ୍ୟ ଦିଅନ୍ତୁ ବୋଲି କହିଛନ୍ତି ମୋଦି l ଅନ୍ୟପଟେ କେନ୍ଦ୍ର ତରଫରୁ ମୃତ ଶିଶୁଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୋଦି ।

ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଏହି କଠିନ ସମୟରେ ପରିବାର ଲୋକଙ୍କୁ ଧର୍ଯ୍ୟର ସହ ମୁକାବିଲା କରିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ରାଷ୍ଟ୍ରପତି l ଏଥିସହ ଆହତ ଶିଶୁମାନଙ୍କର ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି l ସେପଟେ ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ l ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଯୋଗୀ l

Leave A Reply

Your email address will not be published.