ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ବିତିଗଲାଣି ଏକ ସପ୍ତାହରୁ ଅଧିକ। ତେବେ ଏବେବି ଝାରଫୁଲ ମୃତ୍ୟୁ ଉପରୁ ଉଠୁନି ପରଦା। ଏବେବି ଏହି ଘଟଣା ଏକ ରହସ୍ୟ ଭଳି ମନେ ହେଉଛି।
ଏହି ଘଟଣାରେ ଦିନକୁ ନୂଆ ନୂଆ ଲିଙ୍କ ସାମ୍ନାକୁ ଆସୁଛି । ଡେଥ ମିଷ୍ଟ୍ରି ଉପରୁ ପୋଲିସ ପର୍ଦ୍ଦା ଉଠାଇନଥିବା ବେଳେ ଆସନ୍ତାକାଲି ଭିସେରା ରିପୋର୍ଟ ଆସିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ରିପୋର୍ଟ ଆସିବା ପରେ ଝାରଫୁଲ ଡେଥ ମିଷ୍ଟ୍ରି ଉପରୁ ରହସ୍ଯ ଉଠିବା ନେଇ ଆଶା କରାଯାଉଛି ।
ଅନ୍ୟପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶକୁ ୩ଦିନର ରିମାଣ୍ଡ ଆଣି ପଚରାଉଚରା କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ। ରାକେଶର ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ତାକୁ ଯାଜପୁର ଉପ-କାରାଗାରରେ ରଖାଯାଇଛି।
ଏହି ଘଟଣାରେ ସଂଶ୍ଲିଷ୍ଟ ସ୍କୁଟର, ମୋବାଇଲ ଓ ରାକେଶ ପିନ୍ଧିଥିବା ପ୍ଯାଣ୍ଟ ସାର୍ଟ ପୋଲିସ ଜବତ କରିଥିବା ବେଳେ ଝରାଫୁଲଙ୍କ ମୃତଦେହକୁ ବୋହିନେବାରେ ରାକେଶକୁ ସହାୟତା କରିଥିବା ସହଯୋଗୀ ଶେଖରର ପତ୍ତା ମିଳିନି । ଝରାଫୁଲଙ୍କ ମୋବାଇଲକୁ ବି ଧରିବାରେ ସକ୍ଷମ ହୋଇପାରିନି ପୋଲିସ ।
ଆହୁରି ମଧ୍ୟ ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ ପୋଲିସ କିଛି ପ୍ରକାଶ କରିନାହିଁ ।
Comments are closed.