Latest Odisha News

BREAKING NEWS

୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରିପାରିବେ ; ଝାଡ଼ଖଣ୍ଡ ହାଇକୋର୍ଟ

ନୂଆଦିଲ୍ଲୀ : ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଝାଡ଼ଖଣ୍ଡ ହାଇକୋର୍ଟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଗୋଟିଏ ମାମଲାର ଶୁଣାଣୀ ବେଳେ ଜଷ୍ଟିସ୍‌ ଏସ.କେ.ଦ୍ୱିବେଦୀ ଏହି ରାୟ ଶୁଣାଇଥିଲେ । ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ସେ ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ବିହାର ନଓ୍ବାଦା ଅଞ୍ଚଳର ୨୪ ବର୍ଷୀୟ ମହମ୍ମଦ ସୋନୁ ଝାଡ଼ଖଣ୍ଡ ଜାମସେଦପୁରର ଏକ ମୁସଲିମ୍ ଝିଅକୁ ପ୍ରେମ କରୁଥିଲେ । ପରେ ସେହି ଝିଅକୁ ନେଇ ଫେରାର ହୋଇ ବିବାହ କରିଥିଲେ । ଝିଅକୁ ମାତ୍ର ୧୫ ବର୍ଷ ହୋଇଥିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଅପରାଧିକ ମାମଲା ରୁଜୁ କରିଥିଲା । ପରେ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା ।

ବୁଧବାର ଏହି ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଏନେଇ ମୁସଲିମ୍ ସମ୍ପ୍ରଦାୟରେ ୧୫ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦରେ ବିବାହ କରି ପାରିବେ ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି । ଏଥିରେ ପରିବାର ଲୋକ ଅବରୋଧ କରିପାରିବେ ନାହିଁ ।

 

Leave A Reply

Your email address will not be published.