Latest Odisha News

BREAKING NEWS

ମହାକୁମ୍ଭ ନିଶା, ବୁଢି ମା’କୁ ଘରେ ତାଲା ପକାଇ ପଳାଇଲେ ପୁଅ ବୋହୁ

ରାଞ୍ଚି: ପ୍ରୟାଗରାଜ ମହାକୁମ୍ଭ ଚାଲିଥିବା ବେଳେ ପ୍ରତ୍ୟକ ଦିନ ସାମ୍ନାକୁ ଆସୁଛି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା । ସେଥିମଧ୍ୟରୁ କିଛି ଘଟଣା ରୋଚକ ଜନକ ଥିବା ବେଳେ କିଛି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରୁଛି । ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ମଧ୍ୟ କହିବେ ଏପରି ପୁଅ-ବୋହୁଙ୍କୁ ଧିକ । ମହାକୁମ୍ଭ ବୁଲିବାର ଏପରି ନିଶା ହୁଏତ ଆପଣଙ୍କର ମଧ୍ୟ ନଥିବ । ମହାକୁମ୍ଭ ବୁଲିବାରକୁ ଏତେ ସଉକ ଯେ ବୁଢ଼ୀ ମା’କୁ ଘରେ ତାଲା ଦେଇ ପଳାଇଲେ ପୁଅ ବୋହୂ। ଦିନେ କି ଦୁଇ ଦିନ ନୁହେଁ ପୁରା ତିନି ପାଇଁ । ଆଉ ତିନି ଦିନ ପରେ ଘରକୁ ଫେରିଲା ବେଳକୁ ଯାହା ସାମ୍ନାକୁ ଆସଲା ତାହା ସମସ୍ତଙ୍କୁ ଚକିତ କରିଦେବ।

ଝାଡଖଣ୍ଡର ରାମଗଡରୁ ସାମ୍ନାକୁ ଆସିଛି ଏପରି ଏକ ଲଜ୍ଜାଜନକ ଖବର । ଜଣେ ପୁଅ ଏବଂ ବୋହୂ ପ୍ରୟାଗରାଜର ମହାକୁମ୍ଭରେ ବୁଡ଼ ପକାଇବାକୁ ଯିବେ ବୋଲି ନିଜର ରୋଗିଣା ବୁଢୀ ମା ଏକ ଘରେ ତାଲା ପକାଇ ଚାଲିଯାଇଥିଲେ। ଏପଟେ ଘରେ ଭୋକ ଉପାସରେ ପଡି ରହିଥିଲେ ବୁଢୀ ମା । ତିନି ଦିନ ହେବ ଗୋଟେ ଘରେ ନଖାଇ ନପିଇ ପଡି ରହିଥିଲେ ବୁଢି ମା । ଆଉ ଯେତେବେଳେ ଭୋକ ସହି ନପାରିଲେ ସେତେବେଳେ ଚିତ୍କାର କରିବାକୁ ଲାଗିଲା। ବୁଢୀ ମା’ର ଚିତ୍କାର ଶୁଣି ପଡୋଶୀ ଦୌଡି ଆସି କବାଟ ଭାଙ୍ଗିଥିଲେ । ଆଉ ବୁଢି ମା’କୁ ଦେଖି କାନ୍ଦି ପକାଇଥିଲେ।

ଏନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଢୀ ମା’କୁ ଉଦ୍ଧାର କରିବା ସହ ତାଙ୍କୁ ଖାଇବାକୁ ଦେଇଥିଲେ । ପରେ ଘଟଣା ସମ୍ପର୍କରେ ତାଙ୍କ ଝିଅ ଜାଣିବା ପରେ ସେଠାରେ ପହଞ୍ଚିଥିଲେ। ଆଉ ମା’ଙ୍କୁ ସାଙ୍ଗରେ ନେଇ ଯାଇଥିଲା ଶାଶୁ ଘରକୁ ।

Comments are closed.