Latest Odisha News

ଗିରଫ ହେଲେ ଝାରଖଣ୍ଡ ଖଣି ସଚିବ, ଇଡି ସ୍କାନରରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳା ଧନ ହେରଫେର ମାମଲା ଓ ଦୁର୍ନୀତି ଅଭିଯୋଗରେ ଝାରଖଣ୍ଡ ସରକାରଙ୍କ ଖଣି ସଚିବ ଗିରଫ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଆଇଏସ ଅଫିସର ପୂଜା ସିଂହଲଙ୍କୁ ଗିରଫ କରିଛି ।

ଦ୍ୱିତୀୟ ବାର ପଚରାଉଚୁରା ବେଳେ ୯ ଘଣ୍ଟାର ଜେରା ପରେ ପୂଜାଙ୍କୁ ଗିରଫ କରିଛି ଇଡି । ଏକ ମନରେଗା ଦୁର୍ନୀତିରେ ଜଣେ ପୂର୍ବତନ କନିଷ୍ଠ ଯନ୍ତ୍ରୀ ରାମ ବିନୋଦ ପ୍ରସାଦ ସିହ୍ନାଙ୍କ ଗିରଫ ଘଟଣାରୁ ପୂଜାଙ୍କ ନାମ ତଦନ୍ତକୁ ଆସିଥିଲା ।

ସେହି ତଦନ୍ତ ଧାରାରେ ପୂଜାଙ୍କ ନିକଟରୁ ୧୯ କୋଟି ଟଙ୍କା ଜବତ କରିଥିଲା ଇଡି । ଖଣି ସଚିବଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କ ନିକଟରୁ ମିଳିଥିଲା ନଗଦ ୧୭ କୋଟି ଟଙ୍କା । ବଳକା ୧.୩ କୋଟି ଟଙ୍କା ପୂଜାଙ୍କ ଘରୁ ମିଳିଥିଲା । ଏଥି ସହ ୪ଟି ଦାମୀ କାର୍ ମଧ୍ୟ ଜବତ ହୋଇଛି ।

ଏହି ଲିଙ୍କ୍ ରେ ପୂଜାଙ୍କ ସ୍ୱାମୀ ଅଭିଷେକ ଝା’ଙ୍କୁ ମଧ୍ୟ ପଚରାଉଚୁରା କରୁଛ ଇଡି । ତାଙ୍କ ବୟାନ ଦୁଇଥର ରେକର୍ଡ କରାଯାଇଛି । ପୂଜାଙ୍କ ସିଏ ସୁମନ କୁମାର ଅଭିଷେକଙ୍କୁ ତାଙ୍କ ହସ୍ପିଟାଲ ପାଇଁ ଏକ ପ୍ରାଇଭେଟ୍ ବ୍ୟାଙ୍କ୍ ରୁ ୨୫ କୋଟି ଟଙ୍କା ଋଣ ପାଇବାରେ ସହଯୋଗ କରିଛନ୍ତି ବୋଲି ଇଡି ସନ୍ଦେହ କରୁଥିଲା । ଏହା ସ୍ପଷ୍ଟ ହୋଇନି କିନ୍ତୁ ପୂର୍ବରୁ ପୂଜାଙ୍କ ସିଏ ସୁମନ କୁମାରଙ୍କୁ ଗିରଫ କରିଛି ଇଡି ।

ସେପଟେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଖଣି ମାମଲାରେ ଫସିପାରନ୍ତି ବୋଲି ଖବର ଆସୁଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ନିଜ ପାଇଁ ଗୋଟିଏ ଖଣି ଲାଇସେନ୍ସ କରେଇ ନେଇଛନ୍ତି । ଇଡି ଏବେ ଏହା ଉପରେ ତଦନ୍ତ କରୁଛି । ଏବଂ ହେମନ୍ତଙ୍କ ଉପରେ କଡ଼ା ନଜର ରଖିଛି । ଅର୍ଥାତ୍ ହେମନ୍ତ ତଦନ୍ତ ସ୍କାନରରେ ଅଛନ୍ତି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.