Latest Odisha News

BREAKING NEWS

ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା

ଜାମସେଦପୁର:ଚଳିତ ରଣଜୀ ଟ୍ରଫି ଗ୍ରୁପ ଏର ଏକ ମୁକାବିଲାରେ ଓଡିଶା ୪ ୱିକେଟରେ ଝାରଖଣ୍ଡ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୮୨ ରନ କରିଥିଲା । ଏହାର ଜବାବରେ ଝାରଖଣ୍ଡ ୨୬୩ ରନ କରି ୧୯ ରନ ପଛରେ ରହିଥିଲା । ତେବେ ପ୍ରଥମ ଇନିଂସ ଅଗ୍ରଣୀର ଫାଇଦା ଓଡିଶା ଉଠାଇ ପାରି ନ ଥିଲେ । ଓଡିଶା ଦ୍ୱିତୀୟ ଇନିଂସରେ ୨୨୬ ରନ କରିଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୭୩ ରନ କରିଥିଲେ । ଫଳରେ ଝାରଖଣ୍ଡକୁ ୨୪୬ ରନର ଟାର୍ଗେଟ ମିଳିଥିଲା । ଯାହାକୁ ୬ ୱିକେଟ ହରାଇ ଝାରଖଣ୍ଡ ହାସଲ କରି ନେଇଥିଲା । ଶରନଦୀପ ସିଂ ୬୪, ରବିନ ମିଞ୍ଜ ୬୩ ଓ ଅଙ୍କୁଲ ରାୟ ୪୫ ରନ କରିଥିଲେ ।

ଓଡିଶା ପକ୍ଷରୁ ସୟେଦ ଟଫେଲ ଅହମ୍ମଦ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ଟି ୱିକେଟ ନେଇଥିବା ବେଳେ ଗୋବିନ୍ଦ ପୋଦ୍ଦାର ୨ଟି ୱିକେଟ ହାସଲ କରିଥିଲେ । ରବିନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଗ୍ରୁପ ଏରେ ଓଡିଶା ୭ଟି ମ୍ୟାଚରୁ ୭ ପଂଏଟ ହାସଲ କରି ୭ମ ସ୍ଥାନରେ ରହିଛି । ଅପରପକ୍ଷରେ ଝାରଖଣ୍ଡ ୭ ମ୍ୟାଚରୁ ୩୧ ପଂଏଟ ହାସଲ କରି ଶୀର୍ଷରେ ରହିଛି । ଚଳିତ ସଂସ୍କରଣରେ ଓଡିଶାର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ନୈରାଶ୍ୟଜନକ ରହିଛି ।

Leave A Reply

Your email address will not be published.