Latest Odisha News

ଝାରପଡ଼ା ଗୁଳିମାଡ଼ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା

ଭୁବନେଶ୍ୱର: ଝାରପଡ଼ାରେ ଗାଡ଼ି ସାଇଡ଼୍ ମରା ଘଟ଼ଣାକୁ ନେଇ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ । ଅଭିଯୁକ୍ତ ପ୍ରଭାତ ମାର୍ଥା ସହ ଅନ୍ୟ ଏକ ସହଯୋଗୀକୁ ଗିରଫ କରିଛି ପୋଲିସ । ପୂର୍ବରୁ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ଏହି ଦୁଇ ଜଣଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୪ଜଣଙ୍କୁ ଗିରଫ କଲାଣି ପୋଲିସ । ତେବେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଜଣେ ବିଜେପି କର୍ପୋରେଟର  ପ୍ରାର୍ଥୀ  ବୋଲି କୁହାଯାଉଛି ।

ଖବର ଅନୁଯାୟୀ, ଗତ ବୁଧବାର ଦିନ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଞ୍ଚଳର ଜଗନ୍ନାଥ ନଗର ଲେନ-୧ ସ୍ଥିତ ପ୍ରଜାପତି ମଣ୍ଡପ ସମ୍ମୁଖରେ କାର୍ ସାଇଡ଼୍ ମରାକୁ ନେଇ ଶ୍ରୀଧର ଜେନା ଓ ପ୍ରଭାତ ମାର୍ଥାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ବଚସା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ଉତ୍ତ୍ୟକ୍ତ ହୋଇ ପ୍ରଭାତ ଦୁଇଟି ବନ୍ଧୁକ ଧରି ୧୨ ରାଉଣ୍ଡ ଗୁଳି ମାରିଥିଲେ । ଗୁଳିମାଡ଼ରେ ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.