ଝାରସୁ୍ଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । ବିଜେଡି ପ୍ରାର୍ଥୀ ଘୋଷଣା କରି ଏକ ପ୍ରକାର ପ୍ରଚାର କାମ ଆରମ୍ଭ କରି ଦେଇଛି । ହେଲେ ପଛରେ ପଡିଛନ୍ତି ଦୁଇ ବିରୋଧୀ ଦଳ । ଦିନକ ପରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିପାରେ ବୋଲି କହଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଆଜି ମିଡିଆକୁ ଏକ ସାକ୍ଷାତ ଦେଇ ସୁର ରାଉତରାୟ କହିଛନ୍ତି, ମଙ୍ଗଳବାର ଦିନ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ଏହି ଆସନ ପାଇଁ ତିନି ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ନାମ ଉପରକୁ ଯାଇଛି । ଏଆଇସିସି ଯାହାକୁ ମନୋନୀତ କରିବ ସେ ପ୍ରାର୍ଥୀ ହେବ ବୋଲି କହିଛନ୍ତି ଶ୍ରୀ ରାଉତରାୟ ।
ଏହି ତିନି ଆଶାୟୀ ତାଲିକାରେ ରହଛନ୍ତି ହେମାନନ୍ଦ ବିଶ୍ୱାଳଙ୍କ ଝିଅ, ଅଶୋକ ମିଶ୍ର ଏବଂ ଅନ୍ୟଜଣେ ହେଉଛନ୍ତି ତରୁଣ ପାଣ୍ଡେ । ତରୁଣ ପାଣ୍ଡେଙ୍କ ବାପା ଥିଲେ ୩ ଥର ବିଧାୟକ । ତାଙ୍କ ସମୟରେ ଅନେକ ଉନ୍ନତିମୂଳକ କାମ ହୋଇଥିଲା । ହାଇସ୍କୁଲ, କଲେଜ, ଡାକ୍ତରଖାନା ପରି ଅନେକ ଉନ୍ନୟନ ମୂଳକ କାମ ସେ କରିଛନ୍ତି । ତେଣୁ ତରୁଣ ପାଣ୍ଡେଙ୍କୁ ଟିକେଟ ମିଳିବାର ସମ୍ଭାବନା ଅଧିକ ଥିବା କହିଛନ୍ତି ସୁର । ତରୁଣ ପାଣ୍ଡେଙ୍କ ସପକ୍ଷରେ ଜନମତ ବି ରହିଛି । ଯଦି ତାଙ୍କୁ ଟିକେଟ ମିଳେ ତେବେ ଝାରସୁଗୁଡାରେ କଂଗ୍ରେସ ଜିତିବ ବୋଲି ଦାବି କରିଛନ୍ତି ସୁର ।
ଅନ୍ୟପକ୍ଷେ ବିଜେଡି ଅପର୍ଯ୍ୟାପ୍ତ ଅର୍ଥ ପାଣି ପରି ବୁହାଉଛି । କଂଗ୍ରେସର ଅର୍ଥ ବଳ ନାହିଁ । ତେଣୁ ଏପରି ସ୍ଥିତିରେ ଦଳକୁ ଭଗବାନ ଭରସା ବୋଲି କହିଛନ୍ତି ଜଟଣୀ ବିଧାୟକ । ତଥାପି କଂଗ୍ରେସ ତାର ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବ ।
BREAKING NEWS
- ରଘୁରାଜପୁର ଆସି ଶିଳ୍ପୀମାନଙ୍କର ଅନନ୍ୟ କଳାକୃତି ଉପଭୋଗ କରନ୍ତୁ ଦେଶବାସୀ: ମୁଖ୍ୟ ନିର୍ବାଚନ କମିଶନର
- କଳାକାରଙ୍କ ମାସିକ ସହାୟତା ଭତ୍ତା ବୃଦ୍ଧି କଲେ ସରକାର; ଉପକୃତ ହେବେ ୪୭ ହଜାର ୭୦୪ କଳାକାର
- ମୋବାଇଲ୍ ଫୋନ୍ର ଚାର୍ଜିଂ ପୋର୍ଟ୍ ପାଖେ କାହିଁକି ଥାଏ କଣା, ଏଥିଲେ ଲୁଚି ରହିଛି ହିଡେନ୍ ଫିଚର୍ସ
- ବାଂଲାଦେଶରେ ମିଳୁନି କଣ୍ଡୋମ୍; ଗୋଟିଏ ମାସ ପାଇଁ ବନ୍ଦ ହୋଇଯିବ ବିକ୍ରି, ହିଂସା ଭିତରେ କାହିଁକି ହେଲା ଏମିତି ସ୍ଥିତି
- ପରିବହନ ଅଧିକାରୀଙ୍କ ଉପରେ ଫାଇନ ଲଗାଇଲେ ମହାରାଜ କଂସ
- ଉସମାନ ହାଦି ମାମଲା; ସନ୍ଦିଗ୍ଧ ହତ୍ୟାକାରୀ ଭାରତରେ ଥିବା ଅଭିଯୋଗକୁ ଖଣ୍ଡନ…
- Operation Neel Jahar: କନ୍ଧମାଳରେ ଅପରେସନ ‘ନୀଳ ଜହର’: ୧୫୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ହେଲା ନଷ୍ଟ
- କେଉଁ ପଟେ ଶୋଇଲେ ଶୀଘ୍ର ଆସେ ନିଦ, ଜାଣନ୍ତୁ ଚମତ୍କାରିତା
- ବିଶ୍ୱର ଏହି ସ୍ଥାନରେ ନାହିଁ କୌଣସି ଦେଶର ଅଧିକାର, ଆପଣ ବି ଚାହିଁଲେ ବନାଇ ପାରିବେ ଦେଶ
- କୋରାପୁଟରେ ୨ନୂଆ ସବଡିଭିଜନ କାର୍ଯ୍ୟାଳୟ କୋଠା ଉଦଘାଟନ କଲା TPSODL
Comments are closed.