ଝାରସୁ୍ଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । ବିଜେଡି ପ୍ରାର୍ଥୀ ଘୋଷଣା କରି ଏକ ପ୍ରକାର ପ୍ରଚାର କାମ ଆରମ୍ଭ କରି ଦେଇଛି । ହେଲେ ପଛରେ ପଡିଛନ୍ତି ଦୁଇ ବିରୋଧୀ ଦଳ । ଦିନକ ପରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିପାରେ ବୋଲି କହଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଆଜି ମିଡିଆକୁ ଏକ ସାକ୍ଷାତ ଦେଇ ସୁର ରାଉତରାୟ କହିଛନ୍ତି, ମଙ୍ଗଳବାର ଦିନ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ଏହି ଆସନ ପାଇଁ ତିନି ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ନାମ ଉପରକୁ ଯାଇଛି । ଏଆଇସିସି ଯାହାକୁ ମନୋନୀତ କରିବ ସେ ପ୍ରାର୍ଥୀ ହେବ ବୋଲି କହିଛନ୍ତି ଶ୍ରୀ ରାଉତରାୟ ।
ଏହି ତିନି ଆଶାୟୀ ତାଲିକାରେ ରହଛନ୍ତି ହେମାନନ୍ଦ ବିଶ୍ୱାଳଙ୍କ ଝିଅ, ଅଶୋକ ମିଶ୍ର ଏବଂ ଅନ୍ୟଜଣେ ହେଉଛନ୍ତି ତରୁଣ ପାଣ୍ଡେ । ତରୁଣ ପାଣ୍ଡେଙ୍କ ବାପା ଥିଲେ ୩ ଥର ବିଧାୟକ । ତାଙ୍କ ସମୟରେ ଅନେକ ଉନ୍ନତିମୂଳକ କାମ ହୋଇଥିଲା । ହାଇସ୍କୁଲ, କଲେଜ, ଡାକ୍ତରଖାନା ପରି ଅନେକ ଉନ୍ନୟନ ମୂଳକ କାମ ସେ କରିଛନ୍ତି । ତେଣୁ ତରୁଣ ପାଣ୍ଡେଙ୍କୁ ଟିକେଟ ମିଳିବାର ସମ୍ଭାବନା ଅଧିକ ଥିବା କହିଛନ୍ତି ସୁର । ତରୁଣ ପାଣ୍ଡେଙ୍କ ସପକ୍ଷରେ ଜନମତ ବି ରହିଛି । ଯଦି ତାଙ୍କୁ ଟିକେଟ ମିଳେ ତେବେ ଝାରସୁଗୁଡାରେ କଂଗ୍ରେସ ଜିତିବ ବୋଲି ଦାବି କରିଛନ୍ତି ସୁର ।
ଅନ୍ୟପକ୍ଷେ ବିଜେଡି ଅପର୍ଯ୍ୟାପ୍ତ ଅର୍ଥ ପାଣି ପରି ବୁହାଉଛି । କଂଗ୍ରେସର ଅର୍ଥ ବଳ ନାହିଁ । ତେଣୁ ଏପରି ସ୍ଥିତିରେ ଦଳକୁ ଭଗବାନ ଭରସା ବୋଲି କହିଛନ୍ତି ଜଟଣୀ ବିଧାୟକ । ତଥାପି କଂଗ୍ରେସ ତାର ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବ ।
BREAKING NEWS
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
Comments are closed.