ଝାରସୁଗୁଡା: ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା । ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର । ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଏଆଇସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ମେ’ ୧୦ ତାରିଖ ଝାରସୁଗୁଡ଼ା ଉପ-ନିର୍ବାଚନ । ତିନି ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ଏହି ଆସନ ପାଇଁ ଦମ ଲଗାଇ ଦେଇଥିବାବେଳେ ଏବେ ଜିଲ୍ଲା କଂଗ୍ରେସ ମୁ୍ଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅବଶ୍ୟ ସେ କେବଳ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି, ଦଳର ପ୍ରାଥମିକ ସଦସ୍ୟରୁ ନୁହେଁ । ସେ ଦଳରେ ରହି କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତଥାପି ନର୍ବାଚନ ପୂର୍ବରୁ ତାଙ୍କର ଏପରି ଇସ୍ତଫା ପ୍ରଦାନ ଦଳ ପାଇଁ ଏକ ଝଟକା ନିଶ୍ଚୟ । ତେବେ ଅଶୋକ କାହିଁକି ଦଳରୁ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନି କିମ୍ବା ସେ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିନାହାନ୍ତି ।
ଅନ୍ୟପକ୍ଷେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି, ଅଶୋକ କୁଆଡେ ଉପନିର୍ବାଚନ ପାଇଁ ଟିକେଟ ଆଶାୟୀ ଥିଲେ । ହେଲେ ଦଳ ଟିକେଟ ଦେଇଥିଲା ତରୁଣ ପାଣ୍ଡେଙ୍କୁ । ସେଥିପାଇଁ ସେ ଅସନ୍ତୁଷ୍ଟ ଥିଲେ । ତା ଛଡା ଦଳ ତାଙ୍କୁ ଗୁରୁତ୍ୱ ଦେଉ ନ ଥିବା ଅନ୍ୟ କେହି କୁହନ୍ତି । ଏପରିକି ଆସନ୍ତା ଉପ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଦଳ ତାଙ୍କ ମତ ନେଉନି ବା ତାଙ୍କୁ ଗୁରୁତ୍ୱ ଦେଉନି । ଯାହା ବି ହେଉ, ଅଶୋକ ପଦ ଛାଡିବା ପରେ ଦଳ ଛାଡିବେ କି ନାହିଁ, ଯଦି ଛାଡିବେ କେଉଁ ଦଳରେ ମିଶିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
Comments are closed.