Latest Odisha News

BREAKING NEWS

ସିଲ ହେଲା ଝାରସୁଗୁଡାର ୫ ନର୍ସିଂ ହୋମ

ଝାରସୁଗୁଡା: କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଝାରସୁଗୁଡାର ୫ ଟି ଘରୋଇ ନର୍ସିଂହୋମ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଝାରସୁଗୁଡା ସହରରେ ଥିବା ତିନୋଟି ଓ ବ୍ରଜରାଜନଗର ଏବଂ ବେଳପାହାଡ଼ ସହରର ଗୋଟିଏ ଲେଖାଏଁ ଘରୋଇ ନର୍ସିଂହୋମ ସିଲ୍ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଘରୋଇ ହସ୍ପିଟାଲ ପାଇଁ ସରକାର ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି । ଏହି ସମସ୍ତ ନର୍ସିଂ ହୋମ କୋରୋନା ଗାଇଡଲାଇନ ପାଳନ କରୁନଥିବା ଅଭିଯୋଗ ହୋଇଥିଲା ।

ଝାରସୁଗୁଡା ସହର ମଙ୍ଗଳ ବଜାର ନିକଟରେ ଥିବା ଆରକେ ମଲଟି କେୟାର ହୋମ, ଅଗ୍ରୱାଲ ନର୍ସିଂ ହୋମ ଓ ବେହେରାମାଲ ଠାରେ ଥିବା ଲକ୍ଷ୍ୟ କେୟାର, ବ୍ରଜରାଜନଗର ନିବେଦିତା ସେବା ସଦନ ଏବଂ ବେଳପାହାଡ଼ ଆଶୀର୍ବାଦ ନର୍ସିଂହୋମକୁ ସିଲ୍ କରାଯାଇଥିବା ସୂଚନା ମିଳିଛି।

ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝି , ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ନର୍ସିଂହୋମ ଗୁଡ଼ିକ ସିଲ କରିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନର୍ସିଂହୋମ ଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି ।ଗୋଟିଏ ପଟେ ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ ରାଜ୍ୟର ଅନେକ ଡାକ୍ତରଖାନାରେ କୋଭିଡ ପଜିଟିଭ ଚିହ୍ନଟ ହେଉଥିବାରୁ ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Leave A Reply

Your email address will not be published.