ଭୁବନେଶ୍ବର: ‘ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ’ ସଞ୍ଜୟ କୁମାର ସାହୁଙ୍କୁ କର୍ପୋରେଟ ଯୋଗାଯୋଗ ଓ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ତାଙ୍କ ଯୋଗଦାନ ପାଇଁ ୨୦୧୯ ବର୍ଷର ଶ୍ରେଷ୍ଠ ଲୋକସମ୍ପର୍କ ଅଧିକାରୀ ଭାବେ ସମ୍ମାନିତ କରିଛି ।
ଜାତୀୟ ପ୍ରେସ ଦିବସ ଅବସରରେ ଭୁବନେଶ୍ୱର ବୋର୍ଡ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଞ୍ଜୟଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ବର୍ତ୍ତମାନ ‘ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼’ରେ ସଞ୍ଜୟ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ । ଓଡ଼ିଶାରେ ଯୋଗାଯୋଗ ଓ ଲୋକ ସମ୍ପର୍କ କ୍ଷେତ୍ରରେ ବିଭିନ୍ନ ନୂତନ ବିଚାର ତଥା କୌଶଳ ସେ ଉପସ୍ଥାପନା କରିଛନ୍ତି ।
Comments are closed.