ଭୁବନେଶ୍ୱର: ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାତା ଜିନ୍ଦଲ ଷ୍ଟେନଲେସ୍ର ଯାଜପୁର କାରଖାନା ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଅର୍ଜନ କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ବ୍ରିଟିଶ୍ ସେଫ୍ଟି କାଉନସିଲ୍ ପୁରସ୍କାର ପ୍ରଦାନ କରାଯାଇଛି।
ମୁମ୍ବାଇରେ ଅନୁଷ୍ଠିତ ବ୍ରିଟିଶ୍ ସେଫ୍ଟି କାଉନସିଲ୍ ଆନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର ସମ୍ମିଳନୀ ୨୦୨୪ରେ ଏହି ସମ୍ମାନ ଘୋଷଣା କରାଯାଇଥିଲା।
ଏହି ସମ୍ମାନଜନକ ପୁରସ୍କାର ଯାଜପୁର ପ୍ଲାଣ୍ଟର କର୍ମକ୍ଷେତ୍ର ସୁରକ୍ଷା ପ୍ରତି ଅସାଧାରଣ ସମର୍ପଣ, ଏହାର ପ୍ରଭାବଶାଳୀ ଶୂନ୍ୟ-ଦୁର୍ଘଟଣା ପ୍ରଦର୍ଶନ ଏବଂ ବିଶ୍ୱସ୍ତରୀୟ ସୁରକ୍ଷା ମାନଦଣ୍ଡ ପାଳନକୁ ମାନ୍ୟତା ପ୍ରଦାନ କରିଥାଏ। ଏହି ଉତ୍ସବରେ ବ୍ରିଟିଶ ସେଫ୍ଟି, ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଜୋନାଥନ ଗ୍ୟାଥ୍ରୋ ଏବଂ ବ୍ରିଟିଶ୍ ସେଫ୍ଟି କାଉନସିଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ମାଇକ୍ ରବିନସନଙ୍କ ବ୍ୟତୀତ ପରିଚାଳନା ନିର୍ଦ୍ଦେଶକ ଭାରତ, ବ୍ରିଟିଶ୍ ସେଫ୍ଟି କାଉନ୍ସିଲ, ହେମନ୍ତ ସେଠୀ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ପ୍ରମୁଖ ଉପସ୍ଥିତ ଥିଲେ। କମ୍ପାନୀ ପକ୍ଷରୁ ଅଗ୍ନିଶମ ଏବଂ ସୁରକ୍ଷା ମୁଖ୍ୟ, ଜିନ୍ଦଲ ଷ୍ଟେନଲେସ୍, ମନୋଜ କୁମାର ବଳ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଏହି ପୁରସ୍କାର ସଫଳ ସୁରକ୍ଷା ନୀତି, ଶୂନ୍ୟ ଦୁର୍ଘଟଣା ଏବଂ ଉତ୍କୃଷ୍ଟ ମାନର ସୁରକ୍ଷା ମାନଦଣ୍ଡ ଏବଂ ନିରନ୍ତର ପ୍ରଚେଷ୍ଟାର ପରିଣାମ ସ୍ୱରୂପ ମିଳିଛି।
ଉଲ୍ଲେଖନୀୟ ଯେ, ଯାଜପୁରର ଜିନ୍ଦଲ ଷ୍ଟେନଲେସ୍ ୨୦୨୪ ମସିହାରେ ‘ଶୂନ୍ୟ ଦୁର୍ଘଟଣା’ ରେକର୍ଡ ବଜାୟ ରଖିବାର ଗୌରବ ହାସଲ କରିଛି। ଯାହା ସଂଗଠନର ଦୃଢ଼ ସୁରକ୍ଷା ସଂସ୍କୃତିକୁ ଗୁରୁତ୍ୱାରୋପ କରେ। ଏହି ସଫଳତା ବିଷୟରେ ୟୁନିଟ୍ ମୁଖ୍ୟ, ଜିନ୍ଦଲ ଷ୍ଟେନଲେସ୍, ଯାଜପୁର, ଦୀପକ ଅଗ୍ରୱାଲ କହିଛନ୍ତି, “ବିଶେଷକରି ୨୦୨୪ ମସିହାରେ ‘ଶୂନ୍ୟ ଦୁର୍ଘଟଣା’ ରେକର୍ଡ ସହିତ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବ୍ରିଟିଶ୍ ସେଫ୍ଟି କାଉନସିଲ୍ ପୁରସ୍କାର ହାସଲ କରିବା କେବଳ ଏକ ସମ୍ମାନ ନୁହେଁ ବରଂ ଏହା ଆମର ଗଭୀର ଭାବରେ ସ୍ଥାପିତ ସୁରକ୍ଷା ସଂସ୍କୃତିକୁ ବୈଧ କରେ।
“ଜିନ୍ଦଲ ଷ୍ଟେନଲେସ୍ ନିରନ୍ତର ଭାବରେ ସୁରକ୍ଷା ଉତ୍କର୍ଷତାର ଆଗରେ ରହିଛି, ଗତ ସମୟରେ ୧୦ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର ହାସଲ କରିଛି। ଏଥିରେ କଳିଙ୍ଗ ସୁରକ୍ଷା ପୁରସ୍କାର, CII ସୁରକ୍ଷା ପୁରସ୍କାର, ଗ୍ରୀନଟେକ୍ ସେଫ୍ଟି ପୁରସ୍କାର, ହିରୋ ପ୍ଲସ୍, ଗ୍ରୀନ୍ ଏନଭାଇରୋ ପୁରସ୍କାର ଏବଂ ଆପେକ୍ସ ଇଣ୍ଡିଆ ପୁରସ୍କାର ଅନ୍ତର୍ଭୁକ୍ତ। ଏହି ସଦ୍ୟତମ ମାନ୍ୟତା କେବଳ ଜିନ୍ଦଲ ଷ୍ଟେନଲେସ୍ ପାଇଁ ନୁହେଁ ବରଂ ଓଡ଼ିଶା ଏବଂ ଭାରତର ଶିଳ୍ପ ପାଇଁ ଏକ ପ୍ରେରଣା ସ୍ୱରୂପ ବୋଲି ପ୍ରକାଶ କରିଛନ୍ତି।
Comments are closed.