Latest Odisha News

ଜିଓ ଆଣିଲା ଦମଦାର୍ ଫ୍ୟାମିଲି ପ୍ଲାନ୍; ଗୋଟେ ରିଚାର୍ଜରେ ଚାଲିବ ଚାରୋଟି ସିମ୍

ଜିଓ ଆଣିଲା ଦମଦାର୍ ଫ୍ୟାମିଲି ପ୍ଲାନ୍ । ଗୋଟେ ରିଚାର୍ଜରେ ଚାରୋଟି ସିମ୍ କାର୍ଡ ବ୍ୟବହାର କରାଯାଇପାରିବ । ଜାଣନ୍ତୁ ଜିଓ ଫ୍ୟାମିଲି ପ୍ଲାନରେ କେଉଁ ସବୁ ସୁବିଧା ଉପଲବ୍ଧ ରହିଛି...

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜିଓ ୟୁଜର୍ସଙ୍କ ପାଇଁ ବଡ ଖବର । ଜିଓ ଆଣିଛି ୩୦ଦିନିଆ ଫ୍ୟାମିଲି ପ୍ଲାନ୍‌ । ଜିଓ ଫ୍ୟାମିଲି ପ୍ଲାନ୍‌ ୩୯୯ ଟଙ୍କାରୁ ଆରମ୍ଭ ୬୯୯ ପର୍ଯ୍ୟନ୍ତ ରହିଛି । ସମାନ ପ୍ଲାନ୍‌ରେ ଚାରୋଟି ସିମ୍ କାର୍ଡର ବ୍ୟବହାର କରାଯାଇପାରିବ ଉପଭକ୍ତା । ତେବେ ଜାଣନ୍ତୁ ଜିଓ ଫ୍ୟାମିଲି ପ୍ଲାନ୍‌ରେ କେଉଁ ସବୁ ସୁବିଧା ଉପଲବ୍ଧ ରହିଛି…

୩୯୯ ଟଙ୍କିଆ ଫ୍ୟାମିଲି ପ୍ଲାନ୍: ଯଦି ଆପଣ ଜିଓର ୩୯୯ ପ୍ଲାନ୍‌ ବାଛନ୍ତି,ତେବେ ଆପଣଙ୍କୁ ୭୫ ଜିବି 5G ଡାଟା ସହ ଅସୀମିତ କଲି୍ଂ , ୧୦୦ ମେସେଜ ମିଳିବା । ଏତଦବ୍ୟତିତ ୧୦ଟଙ୍କାରେ ଏକାଧିକ ଡ଼ାଟା ପ୍ଲାନ ମଧ୍ୟ ଆଡ୍ କରିପାରିବେ । ମାତ୍ର ଏହି ପ୍ଲାନରେ ଆପଣ କେବଳ ଗୋଟିଏ ମାତ୍ର ପୋଷ୍ଟପେଡ୍ ସିମ ବ୍ୟବହାର କରିପାରିବେ ।

୫୯୯ ଟଙ୍କିଆ ଫ୍ୟାମିଲି ପ୍ଲାନ୍: ଯଦି ଆପଣ ଜିଓର ୫୯୯ ପ୍ଲାନ୍‌ ବାଛନ୍ତି, ତେବେ ଆପଣ ଗୋଟିଏ ପ୍ରାଥମିକ ସିମ୍ କାର୍ଡ ଓ ଦୁଇଟି ଆଡ୍-ଅନ୍ ସିମ୍ କାର୍ଡ ପାଇବେ । ତିନୋଟି ସିମ୍ କାର୍ଡ ପ୍ରତି ମାସରେ ୫୯୯ ଟଙ୍କା ଦେଇ ବ୍ୟବହାର କରିପାରିବେ । ସମୁଦାୟ ୮୫ ଜିବି ଡାଟା ଉପଲବ୍ଧ ରହିବ । ଅସୀମିତ କଲି୍ଂ‌, ଅସୀମିତ 5G ଡାଟା ମାଗଣା ରହିବ ।

୬୯୯ ଟଙ୍କିଆ ଫ୍ୟାମିଲି ପ୍ଲାନ୍: ଯଦି ଆପଣ ଜିଓର ୬୯୯ ଟଙ୍କାର ପ୍ଲାନ୍‌ ବାଛନ୍ତି, ତେବେ ଆପଣ ଗୋଟିଏ ପ୍ରାଥମିକ ସିମ୍ କାର୍ଡ ଓ ତିନୋଟି ଆଡ୍-ଅନ୍ ସିମ୍ କାର୍ଡ ପାଇବେ । ଚାରିଟି ସିମ୍ କାର୍ଡ ପ୍ରତି ମାସରେ ୬୯୯ ଟଙ୍କା ଦେଇ ବ୍ୟବହାର କରାଯାଇପାରିବ । ସମୁଦାୟ ୯୦ ଜିବି ଡାଟା ଉପଲବ୍ଧ ରହିଛି । ଅସୀମିତ କଲ୍, ଅସୀମିତ 5G ଡାଟା ମାଗଣା ଉପଲବ୍ଧ ରହିଛି ।

 

Comments are closed.